Latest Odisha News

ବାଲୁକା କଳାରେ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ଦେଶର ସମ୍ମାନସ୍ପଦ ନେତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କର ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ବର୍ଷେ ତଳେ ଆଜିର ଦିନରେ ସୁଷମା ପ୍ରାଣ ହରାଇଥିଲେ । ତାଙ୍କ ବିଦାୟ ସହ ଭାରତ ହରାଇଥିଲା ଏକ ମହାନ ରାଜନେତ୍ରୀ ।

ଆଜି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରର ତାଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ପୁରୀ ବେଳାଭୂମିରେ ସୁଦର୍ଶନ ଏହି ମହିୟସୀ ରାଜନେତ୍ରୀଙ୍କ ଏକ ମୃଣ୍ମୟୀ ପ୍ରତିମା ତିଆରି କରି ତମକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଦଳ ବର୍ଣ୍ଣ ନିର୍ବିଶେଷରେ “ସୁଷମା ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ ଏବଂ ସେ କେତେ ମହାନ ଥିଲେ ତାହା କେବଳ ସେ କାର୍ଯ୍ୟ କରୁଥିବା ଦଳ ନୁହେଁ ବରଂ ସମସ୍ତ ଦଳରେ କାର୍ଯ୍ୟକର୍ତ୍ତା ଅନୁଭବ କରିଥିଲେ।

Comments are closed.