Latest Odisha News

BREAKING NEWS

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, କାଲି ଗଡ଼ିବନି ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର-ମୁମ୍ୱାଇ (୦୧୦୨୦) କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ବାତିଲ । ସଂଯୋଗକାରୀ ଟ୍ରେନ୍ ନ ଆସିବା କାରଣରୁ ଆସନ୍ତାକାଲି ଭୁବନେଶ୍ୱରରୁ ଛାଡ଼ିବ ନାହିଁ କୋଣାର୍କ ଏକ୍ସପ୍ରେସ ।

ସେହିପରି ପ୍ରବଳ ବର୍ଷା ଯୋଗୁ ମୁମ୍ୱାଇ ରେଲଓ୍ୱେ ଟ୍ରାକରେ ପାଣି ଜମିଛି । ସେଥିପାଇଁ ଗତକାଲି ମୁମ୍ବାଇରୁ ଛାଡ଼ିବାକୁ ଥିବା ମୁମ୍ୱାଇ-ଭୁବନେଶ୍ୱର (୦୧୦୧୯) କୋଣାର୍କ ସ୍ୱତନ୍ତ୍ର ଏକ୍ସପ୍ରେସ ବାତିଲ କରାଯାଇଛି ।

ଗତକାଲି ମୁମ୍ୱାଇରେ ପ୍ରବଳ ବର୍ଷା ହୋଇଛି । ଜଳମଗ୍ନ ଅନେକ ଅଞ୍ଚଳ । ମୁମ୍ବାଇର ବିଭିନ୍ନ ସ୍ଥାନରେ ରେଳ ଧାରଣାରେ ପାଣି ଜମି ରହିଛି ।

 

Leave A Reply

Your email address will not be published.