Latest Odisha News

BREAKING NEWS

ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ପୂର୍ବରୁ ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଆଲିଶାଙ୍କ ହଠାତ ମୃତ୍ୟୁ, ବଢ଼ିଲା ସନ୍ଦେହ

ରାଉରକେଲା: ରାଉରକେଲାରେ ମହିଳା ଏଏସ୍ଆଇଙ୍କ ଆକସ୍ମିକ ମୃତ୍ୟୁ ହତ୍ୟା ଷଡ଼ୟନ୍ତ୍ର ଆଶଙ୍କା ସୃଷ୍ଟି କରିଛି। ନିକଟରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁର କିଛି ଦିନ ପରେ ରାଉରକେଲାରେ ମହିଳା ଏଏସ୍ଆଇ ଆଲିଶା ନରମି ଲୁଗୁନଙ୍କ ଅଚାନକ ମୃତ୍ୟୁ ଏକ ହତ୍ୟା ଷଡ଼ଯନ୍ତ୍ରକୁ ନେଇ ସନ୍ଦେହ ସୃଷ୍ଟି କରିଛି।

ରବିବାର ଏକ ଦୁର୍ଘଟଣାସ୍ଥଳରେ ଭିଡ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ହଠାତ୍ ଏଏସ୍ଆଇ ଆଲିଶା ନରମି ଲୁଗୁନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏବେ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି । ଆଉ ତାଙ୍କ ମୃତ୍ୟୁ ସହ ସହକାରୀ ଜିଲ୍ଲପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁର ସମ୍ପର୍କ ରହିଛି ବୋଲି ଏବେ ସୂଚନା ରହିଛି।

ସୁସ୍ମିତା ମିଞ୍ଜଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଭଉଣୀ ମାନସିକ ଅବସାଦରେ ଥିବା ବେଳେ ଅଧିକାରୀମାନେ ଏଏସଆଇ ଆଲିଶାଙ୍କୁ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ କରିଥିଲେ ଏବଂ ସୁସ୍ମିତାଙ୍କୁ ଘରକୁ ପଠାଇବା ପରିବର୍ତ୍ତେ ପରିବାରଠାରୁ ଦୂରରେ ରଖିବାକୁ ଯାଇ ଏକ ହୋଟେଲରେ ରଖିଥିଲେ। ଏପରିକି ତାଙ୍କ ଉଭଣୀଙ୍କ ମୃତଦେହ ମିଳିବା ସମୟରେ ତାଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ମିଞ୍ଜଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି ଯେ, ତାଙ୍କ ଭଉଣୀ ଏଡିଏମ୍ ଓ ଜିଲ୍ଲାପାଳଙ୍କ ରହସ୍ୟ ବିଷୟରେ ଜାଣିଥିଲେ। ରାଉରକେଲା ଏଡିଏମ୍ଓ ଡାକ୍ତର ଶୁଭଙ୍କର ମହାପାତ୍ର, ସୁନ୍ଦରଗଡ଼ ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ଗୁରୁଣ୍ଡିଆ ବିଡିଓ ବର୍ଣ୍ଣଦେଥ ଲାକ୍ରା ଓ ସୁନ୍ଦରଗଡ଼ ସିଡିପିଓଙ୍କ ସମ୍ପୃକ୍ତି ଏହି ହତ୍ୟା ପଛରେ ସଂପୃକ୍ତି ରହିଛି ବୋଲି ମିଞ୍ଜଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି।

ଲୁଗୁନଙ୍କ ସ୍ୱାମୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହତ୍ୟା କରାଯାଇଛି, ତାଙ୍କ ମୁହଁରେ କ୍ଷତ ଚିହ୍ନ ରହିଛି। ତାଙ୍କ ପତ୍ନୀଙ୍କ ପାଖରେ କୌଣସି ରୋଗ ନଥିଲା। ଏ ନେଇ ରାଉରକେଲା ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଦୁଇ ସପ୍ତାହ ମଧ୍ୟରେ ଗୋଟିଏ ପରେ ଗୋଟିଏ ଦୁଇ ସରକାରୀ ମହିଳା ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ରାଉରକେଲାର ଚର୍ଟ୍ଟାର ବିଷୟ ପାଲଟିଛି।

Comments are closed.