Latest Odisha News

BREAKING NEWS

କବିତା : ବାପୁ

ଗଦାଧର ସାହୁ 

ହେ ବାପୁ ତୁମେ
ଅହିଂସା ପୂଜାରୀ,
ଶାନ୍ତିର ସତ୍ଯାଗ୍ରହୀ ।
ସତ୍ଯ ଅହିଂସାର
ପଥରେ ଚାଲିଲ
ବିଶ୍ବ ପ୍ରେମ ମନ୍ତ୍ର ଗାଇ ।

କଳା ଗୋରା ଭାବ
ତୁମେ ଦୂରେଇଲ
ଶ୍ୱେତାଙ୍ଗ ବିରୁଦ୍ଧେ ଲଢି,
ଯିଏ ଘୃଣାକଲା
ତାକୁ ଭଲପାଇ
ଘୃଣାଭାବ ଦେଲ ତଡି ।

ଫିରିଙ୍ଗି ଆସିଲା
ଭାରତ ଶାସିଲା
ଭାଗ ଭାଗ କରିଦେଇ,
ଆମ ସମ୍ପତିରେ
କର ବସାଇଲା
ଅନ୍ଧାରୀ ଶାସନ ନେଇ ।

ସହି ନପାରିଲ
ସ୍ବର ଉଠାଇଲ
ଅହିଂସା ମନ୍ତ୍ରକୁ ଗାଇ,
ସତ୍ଯାଗ୍ରହ କଲ
ଲୁଣ ମାରିଥିଲ
ନିଜ ଅଧିକାର ପାଇଁ ।

ଛୁଆଁ ଅଛୁଆଁର
ଘୃଣା ଭେଦ ଭାବ
ସମାଜ କଳଙ୍କ ପ୍ରଥା,
କଳଙ୍କ ଧୋଇଲା
ତୁମରି ସେ ସେବା
ମାନବ ମାଧବ ବାର୍ତ୍ତା ।

ଖଦଡ ପିନ୍ଧିଲ
ଆଣ୍ଠୁ ନ ଲୁଚିଲା
ଲଙ୍ଗଳା ଫକୀର ହେଲ,
ଯିଏ କହିଥିଲା
ତା ଫଳ ପାଇଲା
ହିଂସାକୁ ସ୍ଥାନ ନଦେଲ ।

ଭାରତ ମାତାର
ପରାଧୀନ ବେଡି
ତୁମେ ଦେଇଥିଲ ଖୋଲି,
ସୁଯୋଗ୍ଯ ସନ୍ତାନ
ଭାରତ ମାତାର
କିଏ ହେବ ତୁମସରି ।

ସମୟକୁ ତୁମେ
ଅଣ୍ଟାରେ ବାନ୍ଧିଲ
ହାତରେ ଧରିଲ ଗୀତା,
ଯାହାର ମନ୍ତ୍ରକୁ
ଉଚାରି ଆଚରି
ହୋଇଛ ଜଗତଜିତା ।

ବ୍ରହ୍ମଗିରି, ପୁରୀ

Leave A Reply

Your email address will not be published.