ନୂଆଦିଲ୍ଲୀ: କୋଭିଡ-୧୯ର ଆସିଲା ନୂଆ ଲକ୍ଷଣ । ସ୍ୱାଦ ଓ ଶୁଙ୍ଘିବା ଶକ୍ତି କମାଇ ଦେବ କରୋନା । ଯଦି କୌଣସି ବ୍ୟକ୍ତି ନିଜ ସ୍ୱାଦ ଓ ଶୁଙ୍ଘିବା ଶକ୍ତି ହାରାଇଛନ୍ତି ତେବେ ତାହା କରୋନା ଲକ୍ଷଣ ହୋଇପାରେ ବୋଲି କେନ୍ଦ୍ର ସରକାର କହିଛନ୍ତି ।
‘କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ କୋଭିଡ-୧୯’ ଡକ୍ୟୁମେଣ୍ଟରେ ୭ ଅନ୍ୟ ଲକ୍ଷଣ ତାଲିକାରେ ‘ଗନ୍ଧ ଓ ସ୍ୱାଦ ହରାଇବାକୁ ଯୋଡାଯାଇଛି। ପୂର୍ବରୁ ଦଲିଲରେ ଜ୍ୱର, କାଶ, ଥକାପଣ, ନିଶ୍ୱାସ-ପ୍ରଶ୍ୱାସ ନେବାରେ ସମସ୍ୟା, କଫ, ମାଂସପେଶୀରେ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଏବଂ ଡାଇରିଆ ହେବା କରୋନା ଲକ୍ଷଣ ବୋଲି ଲେଖାଯାଇଥିଲା । ଏବେ ସେଥିରେ ଗନ୍ଧ ଓ ସ୍ୱାଦ ଏହି ଦୁଇଟି ଲକ୍ଷଣ ଯୋଡ଼ିଛି କେନ୍ଦ୍ର ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଜଣେ ସୁସ୍ଥ ବ୍ୟକ୍ତି ସିଧାସଳଖ ଭାବରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । ସଂକ୍ରମିତ ବ୍ୟକ୍ତି କାଶିବା, ଛିଙ୍କିବା କିମ୍ବା କଥାବାର୍ତ୍ତା କରିବା ସମୟରେ ଶ୍ୱାସକ୍ରିୟା ବୁନ୍ଦା ମାଧ୍ୟମରେ କରୋନା ଭୂତାଣୁ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ପ୍ରବେଶ କରିଥାଏ ।
ଦଲିଲରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ବୁନ୍ଦାଗୁଡିକ ମାଧ୍ୟମରେ ଭୂତାଣୁ ଅନେକ ସମୟରେ ପୃଷ୍ଠରେ ମଧ୍ୟ ଅବତରଣ କରିଥାଏ, ଯେଉଁଠାରେ ସେ ଅନେକ ଦିନ ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ। ଗାଇଡଲାଇନ୍ ଅନୁଯାୟୀ, କରୋନା ହେବାର ଅଧିକ ବିପଦ ୬୦ ବର୍ଷରୁ ଅଧିକ, ମଧୁମେହ, ବ୍ଲଡ ପ୍ରେସର, ହୃଦ ରୋଗ, କର୍କଟ ରୋଗ, କ୍ୟାନସରେ ପୀଡିତ ଲୋକଙ୍କୁ ରହିଛି ।
Comments are closed.