Latest Odisha News

BREAKING NEWS

ଭାରତ-ଚୀନ ଉତ୍ତେଜନା ପ୍ରସଙ୍ଗ: ଭାରତକୁ ସହଯୋଗ କରିବାନେଇ ଆମେରେକୀୟ କୁଟନୀତିଜ୍ଞଙ୍କ ଦୃଢୋକ୍ତି

ୱାଶିଂଟନ: ଲଦାଖ ନିକଟବର୍ତ୍ତୀ ଲାଇନ୍ ଅଫ ଆକଚୁଆଲ କଣ୍ଟ୍ରୋଲ୍ (ଏଲଏସି) ନିକଟରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ପ୍ରସଙ୍ଗରେ ଆମେରିକା ଭାରତ ସହିତ ସଦା ସର୍ବଦା ରହିଛି ବୋଲି ଆମେରିକାର ପୂର୍ବତନ ପ୍ରିନସିପାଲ୍ ଡେପୁଟୀ ଆସିଷ୍ଟାଣ୍ଟ ସେକ୍ରେଟାରୀ (ପିଡ଼ିଏଏସ) ଆଲିସ୍ ଜି ୱେଲ୍ସ କହିଛନ୍ତି । ଏସମ୍ପର୍କରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ଟାଇମ୍ସନାଓରେ ।

ଚୀନ ଅଯଥାରେ ଭାରତୀୟ ସୀମାରେ ଉତ୍ତେଜନା ସୃଷ୍ଟି କରିଚାଲିଛି । ଭାରତର ସାର୍ବଭୌମତ୍ୱ ପ୍ରତି କ୍ଷତି ପହଞ୍ଚାଇବାକୁ ଚାହୁଁଛି ଚୀନ ସେନା । ଭାରତର ସାର୍ବଭୌମତ୍ୱ ରକ୍ଷା କରିବା ଲାଗି ଆମେରିକା ସବୁବେଳେ ଭାରତ ସହିତ ରହିଛି ଓ ରହିବ ବୋଲି ଆମେରେକୀୟ କୁଟନୀତିଜ୍ଞ ୱେଲ୍ସ କହିଥିବା ନେଇ ଟାଇମ୍ସନାଓରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି ।

ଏଠାରେ ସୂଚନାଯୋଗ୍ୟ, ଗତମାସରେ ଚୀନର ଭାରତ ପ୍ରତି ଏପରି ବ୍ୟବହାରରେ ଚୀନକୁ କଠୋର ଭାଷାରେ ସମାଲୋଚନା କରିଥିଲେ ଏହି ବରିଷ୍ଠ ଆମେରେକୀୟ କୁଟନୀତିଜ୍ଞ ୱେଲ୍ସ । ଏପରିକି ଚୀନକୁ କଡ଼ା ସମାଲୋଚନା କରି ୱେଲ୍ସ କହିଥିଲେ ‘ଲଦାଖରେ ଚୀନର ବ୍ୟବହାର ଉତ୍ତେଜନା ସୃଷ୍ଟିକାରୀ ତଥା ଅଯଥା ଝଗଡ଼ା ସୃଷ୍ଟି କରିବା ଲକ୍ଷ୍ୟ ରହିଛି ।

ଏବେ ଭାରତର ଉତ୍ତର-ପୂର୍ବ ପାର୍ବତ୍ୟାଞ୍ଚଳ ଲଦାଖରେ ଏହି ପରିସ୍ଥିତିକୁ ନେଇ ଶାନ୍ତି କଥାବାର୍ତ୍ତା ଜାରି ରହିଛି । ଲଦାଖର ପାନଗୋଂ ସୋ ହ୍ରଦ, ଗୱଂଲନ ଘାଟି ଏବଂ ଦେମଚକରେ ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ । ଯେପର୍ଯ୍ୟନ୍ତ ଚୀନ ତା’ର ସେନା ପଛକୁ ହଟିବେ ନାହିଁ ସେଯାଏଁ ଭାରତୀୟ ସେନା ତିଳେ ହେଲେ ପଛକୁ ହଟିବେ ନାହିଁ ବୋଲି ଭାରତ ଚୀନକୁ ଧମକ ଦେଇଥିଲା । ପରେ ଅବଶ୍ୟ ଚୀନ ସେନା ପଛକୁ ହଟିବା ପରେ ଭାରତୀୟ ସେନା ପୂର୍ବବତ୍ ନିଜ ସ୍ଥାନରେ ରହିଥିଲେ ।

Leave A Reply

Your email address will not be published.