Latest Odisha News

ବାଲୁକା କଳାରେ ହିନ୍ଦୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହିନ୍ଦୁ ନବ ବର୍ଷ ତଥା ରାଷ୍ଟ୍ରୀୟ ନବ ବର୍ଷ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ର କଳା ମାଧ୍ୟମରେ ଦେଶବାସୀ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ ନିଳାଦ୍ରୀ ବେଳାଭୂମିରେ ବାଲୁକା ଚିତ୍ର କଳା ରେ ପ୍ରଭୁ ଶ୍ରୀରାମ ଙ୍କ ବାଲୁକା କଳାକୃତି ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ l ବାଲୁକା ଚିତ୍ର କଳାରେ ପ୍ରଭୁ ଶ୍ରୀରାମ ଙ୍କ ପ୍ରତିକୃତି ପ୍ରସ୍ତୁତ କରିବା ସହ ପଦ୍ମ ଓ ବିଭିନ୍ନ ରଙ୍ଗ ବେରଙ୍ଗ ର ଗେଣ୍ଡୁ ଫୁଲ ରେ ଅତି ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଛି l

ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଏହି ସୁନ୍ଦର ବାଲୁକା କଳା ଦେଖିଵା ଲାଗି ପର୍ଯ୍ୟଟକ ଙ୍କ ଭିଡ଼ ଦେଖିବାକୁ ମିଳିଛି l ପ୍ରତିବର୍ଷ ଚୈତ୍ରଶୁକ୍ଳ ପ୍ରତିପଦା ରେ ହିନ୍ଦୁ ନବ ବର୍ଷ ତଥା ରାଷ୍ଟ୍ରୀୟ ନବ ବର୍ଷକୁ ପାଳନ କରାଯାଇଥାଏ l

ତେବେ ଆଜି ରାଷ୍ଟ୍ରୀୟ ନବ ବର୍ଷ ପଡୁଥିବା ରୁ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମି ବାଲୁକା କଳା ରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Comments are closed.