Latest Odisha News

BREAKING NEWS

ସୁଧୀର ଧଙ୍ଗଡ଼ାମାଝୀଙ୍କୁ ‘ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ

ବାଲେଶ୍ୱର : ସାହିତ୍ୟ ପତ୍ରିକା ‘ଗଦ୍ୟାଂଶ’ ପକ୍ଷରୁ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ଅଟାସପୁର ବେଳାଭୂମିରେ ଗଦ୍ୟାଂଶ ଉତ୍ସବ ଆୟୋଜିତ ହୋଇଯାଇଛି ଏହି ଅବସରରେ ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କୁ ‘ଗଦ୍ୟାଂଶ ଯୁବ ପ୍ରତିଭା ସମ୍ମାନ-୨୦୨୨’ ପ୍ରଦାନ କରାଯାଇଛି।

ଗଦ୍ୟାଂଶ’ର ସମ୍ପାଦକ କ୍ଷୀରୋଦ ବିହାରୀ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଭାବେ ବରିଷ୍ଠ ଗାଳ୍ପିକ ଅଜୟ ସ୍ୱାଇଁ ମୁଖ୍ୟ ଅତିଥି, ଗାଳ୍ପିକ ଅମରେଶ ବିଶ୍ବାଳ ମୁଖ୍ୟବକ୍ତା, କବି ପ୍ରଶାନ୍ତ ଦାଶ ବରେଣ୍ୟ ଅତିଥି ଏବଂ ସମ୍ପାଦକ ବିକାଶ କୁମାର ଶତପଥୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକାଶକ ତଥା କବି ବାଦଲ ମହାନ୍ତି, ନାଟ୍ୟ ନିର୍ଦ୍ଦେଶକ ମୁକୁନ୍ଦ ଶତପଥୀ, ଗାଳ୍ପିକ ତପନ ମହାପାତ୍ର ପ୍ରମୁଖଙ୍କ ସହ ସାରା ଓଡ଼ିଶାରୁ ୫୦ରୁ ଉର୍ଦ୍ଧ୍ୱ ଯୁବ ଗାଳ୍ପିକ ଗାଳ୍ପିକା ଯୋଗଦେଇଥିବା ବେଳେ ମିତା ପଟ୍ଟନାୟକ ପରିଚାଳନା କରିଥିଲେ।

 

Comments are closed.