Latest Odisha News

ବ୍ରିଟିଶ କ୍ୟାବିନେଟରେ ସ୍ଥାନ ପାଇଲେ ଭାରତୀୟ ବଂଶୋଦ୍ଭବ ସେଲା ବ୍ରାଭରମନ

ଲଣ୍ଡନ: ଋଷି ସୁନକ ଓ ପ୍ରୀତି ପଟେଲଙ୍କ ପରେ ବ୍ରିଟିg କ୍ୟାବିନେଟରେ ସ୍ଥାନ ପାଇଛନ୍ତି ଭାରତୀୟ ବଂଶୋଦ୍ଭବ ସେଲା ବ୍ରାଭରମନ । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କୁ ବ୍ରିଟେନର ଆଟର୍ଣ୍ଣି ଜେନେରାଲ ନିଯୁକ୍ତ କରିଛନ୍ତି । ସୋମବାର ଦିନ ତାଙ୍କୁ ଲଣ୍ଡନର ରୟାଲ କୋର୍ଟ ଅଫ ଜଷ୍ଟିସରେ ଶପଥ ପାଠ କରାଯାଇଛି ।

୩୯ ବର୍ଷୀୟ ସେଲା ହେଉଛନ୍ତି ଜଣେ ବାରିଷ୍ଟର ଓ କେମ୍ରିଜ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ହାସଲ କରିଛନ୍ତି । ପବ୍ଲିକ ଲ ଓ ଜୁଡିସିଆଲ ରିଭ୍ୟୁ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ରହିଛି । ଏହି ଅବସରରେ ସେ କହିଛନ୍ତି ଯେ ବ୍ରିଟେନର ଆଟର୍ଣ୍ଣି ଜେନେରାଲ ନିଯୁକ୍ତ ହେବାରେ ସେ ହେଉଛନ୍ତି ୨ୟ ମହିଳା, ଏଥିପାଇଁ ସେ ଗର୍ବିତ । ବିଚାର ବିଭାଗ ଉପରେ ଲୋକଙ୍କ ଭରସା ବଢାଇବାରେ ସେ ଉଦ୍ୟମ କରିବେ ।

Comments are closed.