ଲୋକମାନେ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଗଛ ଲଗାଇଥାନ୍ତି । ଗଛ ପରିବେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ହେଲେ ଗଛ ପୁଣି ଏତେ ବିପଜ୍ଜନକ ହୋଇପାରେ? ଏତେ ଘାତକ ହୋଇପାରେ ? ବୃକ୍ଷବିନା ଜୀବନ ସମ୍ଭବ ନୁହେଁ ହେଲେ ଏମିତି ଗଛ ଅଛି ଯାହାକୁ ସ୍ପର୍ଶ ମାତ୍ରେ ଜୀବନ ହାରିବାକୁ ଇଚ୍ଛା ହୁଏ ? ହଁ, ଏ ହେଉଛି ବିଚିତ୍ର ବିଶ୍ୱ।
ଦୁନିଆରେ ଅନେକ ବିଷାକ୍ତ ତଥା ବିପଜ୍ଜନକ ଗଛ ରହିଛି, ଯାହାକି କାହାର ଜୀବନ ମଧ୍ୟ ନେଇପାରେ । ଆଜି ଆମେ ଆପଣଙ୍କୁ ଏପରି ଏକ ବିପଜ୍ଜନକ ଏବଂ ବିଷାକ୍ତ ଗଛ ବିଷୟରେ କହିବୁ ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ଦୁନିଆର ସବୁଠାରୁ ବିଷାକ୍ତ ଗଛର ନାମ ହେଉଛି ଜିମ୍ପାଇ-ଜିମ୍ପାଇ । ଏହାକୁ ଛୁଇଁଲେ କରେଣ୍ଟ ମାରିବା ପରି ଅନୁଭବ ହୁଏ । କୁହାଯାଏ ଯେ ଏହାର ଡଙ୍କ ଏତେ ବିଷାକ୍ତ ଯେ ଏହାକୁ ଛୁଇଁଲେ ଭୟଙ୍କର ଯନ୍ତ୍ରଣା ହୋଇଥାଏ । ପରେ ବ୍ୟକ୍ତି ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ । ଏହି କାରଣରୁ ଏହି ଗଛକୁ ଆତ୍ମହତ୍ୟା ଗଛ କୁହାଯାଏ ।
ବୈଜ୍ଞାନିକ ମାରିନା ହର୍ଲି ଏହି ଗଛ ବିଷୟରେ ବିସ୍ତୃତ ଭାବେ କହି ଛନ୍ତି । ଥରେ ସେ ଅଷ୍ଟ୍ରେଲୀୟ ବର୍ଷା ଜଙ୍ଗଲ ଉପରେ ଗବେଷଣା କରୁଥିଲେ । ସେ ଜାଣିଥିଲେ ଯେ ଜଙ୍ଗଲରେ ଅନେକ ବିଷାକ୍ତ ଗଛ ରହିଛି । ସେଥି ପାଇଁ ସେ ୱେଲଡିଂ ଗ୍ଲୋଭସ୍ ଏବଂ ବଡି ସୁଟ୍ ପିନ୍ଧିଥିଲେ। ଅନୁସନ୍ଧାନ ସମୟରେ ସେ ଏକ ନୂତନ ଗଛର ସଂସ୍ପର୍ଶରେ ଆସିଥିଲେ ।
ସେ କହିଛନ୍ତି ଯେ ଏହି ଉଦ୍ଭିଦକୁ ଛୁଇଁବା ପରେ ତାଙ୍କୁ କରେଣ୍ଟ ଲାଗିବା ପରି ଅନୁଭବ ହେବା ସହ ଶରୀର ପୂରା ଲାଲ୍ ହୋଇ ଯାଇଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଦୀର୍ଘ ସମୟ ରହିବା ସହ ଷ୍ଟେରଏଡ ଖାଇବାକୁ ପଡିଥିଲା । ଏକ ସାକ୍ଷାତକାର ସେ କହିଥିଲେ ଯେ ଏହା ଅତ୍ୟନ୍ତ ମାରାତ୍ମକ ଅଟେ ।
ଜିମ୍ପାଇ-ଜିମ୍ପାଇ ଦୁନିଆର ସବୁଠାରୁ ବିଷାକ୍ତ ଷ୍ଟିଙ୍ଗ ପ୍ଲାଣ୍ଟ ଭାବରେ ପରିଗଣିତ ହୁଏ । ଏକ ରିପୋର୍ଟରେ କୁହାଯାଇଛି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅନେକ ସେନା ଅଧିକାରୀ ଏହାର ଶିକାର ହୋଇଥିଲେ । ଅନେକେ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କରିଥିଲେ । ତେଣୁ ଏହାର ନାମ ଆତ୍ମହତ୍ୟା ଗଛ ଭାବରେ ନାମିତ ହୋଇଛି ।
ଏହି ଗଛର ଜୈବିକ ନାଁ ହେଉଛି ଡେଣ୍ଡ୍ରୋକନାଇଡ୍ ମୋରୋଏଡସ୍ । ଏହା ଅଷ୍ଟ୍ରେଲିଆର ଉତ୍ତର-ପୂର୍ବ ବର୍ଷା ଜଙ୍ଗଲରେ ଦେଖିବାକୁ ମିଳେ । ଏହାର ସାଧାରଣ ନାମ ହେଉଛି ଜିମ୍ପାଇ-ଜିମ୍ପାଇ । ହେଲେ ଲୋକମାନେ ଏହାକୁ ଆତ୍ମହତ୍ୟା ଗଛ ନାମରେ ଜାଣିଛନ୍ତି । ଏହି ଉଦ୍ଭିଦ ଅଷ୍ଟ୍ରେଲିଆ ସହ ମଲୁକ୍କାସ୍ ଏବଂ ଇଣ୍ଡୋନେସିଆରେ ମଧ୍ୟ ମିଳିଥାଏ ।
ଏହାର ଉଚ୍ଚତା ୩ରୁ୧୫ ଫୁଟ ଏବଂ ଏହାର କଣ୍ଟାରେ ନ୍ୟୁରୋଟକ୍ସିନ ବିଷ ଭରପୂର ଥାଏ । ସେହି କଣ୍ଟା ଦେଇ ଶରୀର ଭିତରକୁ ଯାଏ । ଏହାର ବିଷ ନ୍ୟୁରୋଟକ୍ସିନ ପରି, ଯାହା ସ୍ନାୟୁ ପ୍ରଣାଳୀ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହି ବିଷ କାରଣରୁ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିପାରେ ।
Comments are closed.