Latest Odisha News

BREAKING NEWS

ହୁତୁହୁତୁ ହୋଇ ଜଳିଗଲା ଘର, ଗୋଟିଏ ପରିବାରର ୩ ଆହତ

ଝାରସୁଗୁଡ଼ା : ବ୍ରଜରାଜନଗର ଥାନା ଅନ୍ତର୍ଗତ ଇଟାଭଟା ପଡ଼ାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲେ ଗୋଟିଏ ପରିବାରର ତିନି ଜଣ  ।

ସୂଚନା ଅନୁଯାୟୀ,  ଇଟାଭଟା ପଡ଼ାର ଜଣକ ଘରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଶୋଇଥିବା ବେଳେ ଘରେ ହଠାତ ନିଆଁ ଲାଗିଯାଇଥିଲା  । ନିଆଁର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ଗୋଟିଏ ପରିବାରରୁ ତିନିଜଣ ପୋଡ଼ି ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଏହି ଭୟଙ୍କର ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି  । ତେବେ କେଉଁ ପରିସ୍ଥିତିରେ ଘରେ ନିଆଁ ଲାଗିଛି ଏଯାଏ କୋୗଣସି ସ୍ପଷ୍ଟ ସୂଚନା ମିଳିପାରି ନଥିବା ବେଳେ ବ୍ରଜରାଜନଗର ପୋଲିସ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.