ଭିନ୍ନ ଜାଗା ଭିନ୍ନ ପରମ୍ପରା । ଆଜିକାଲି ଲୋକମାନେ ବିବାହକୁ ନେଇ ଅନେକ ନୂଆ ନୂଆ ଢଙ୍ଗ ଆପଣାଉଛନ୍ତି । ବିବାହ ସହିତ ଜଡିତ ଅନେକ ବିଚିତ୍ର ପରମ୍ପରା ସମଗ୍ର ବିଶ୍ୱରେ ଦେଖାଯାଏ । କିନ୍ତୁ ସ୍କଟଲ୍ୟାଣ୍ଡରେ ଏପରି ଏକ ପରମ୍ଫରା ରହିଛି, ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କଟଲ୍ୟାଣ୍ଡର କିଛି ଗାଁରେ ବିବାହ ପୂର୍ବରୁ କନ୍ୟା ଉପରେ କାଦୁଅ ଫୋପଡା ଯାଇଥାଏ।
କାଦୁଅ ଫିଙ୍ଗିବା ରୀତି କ’ଣ?
ଏହି ପରମ୍ପରା ସ୍କଟଲ୍ୟାଣ୍ଡର ଉତ୍ତର ପଶ୍ଚିମ ଅଞ୍ଚଳର ଅନେକ ଗ୍ରାମରେ ଦେଖାଯାଏ । ପରମ୍ପରା ଅନୁଯାୟୀ, ବିବାହ ସମୟରେ ବର ଏବଂ କନ୍ୟା ଉପରେ କାଳି ଫିଙ୍ଗା ଯାଇଥାଏ । ସ୍କଟଲ୍ୟାଣ୍ଡର ଏହି ଗ୍ରାମଗୁଡ଼ିକରେ ମଇଳା, କଳା ରଙ୍ଗ, ଅଣ୍ଡା ଓ ବର ଉପରେ ପକାଯାଇଥିବା ଅନ୍ୟାନ୍ୟ ଜିନିଷକୁ ଶୁଭଙ୍କର ସଙ୍କତ ବୋଲି କୁହାଯାଏ । ଏପରି ଏକ ବିଶ୍ୱାସ ଅଛି ଯେ, ଏହି ରୀତି ଅନୁସାରେ ଯେତେବେଳେ ପୁଅ ଏବଂ ଝିଅ ବିବାହ କରି ନୂଆ ସଂସାରରେ ପ୍ରବେଶ କରନ୍ତି, ସେତେବେଳେ ସେମାନଙ୍କ ଜୀବନ ଖୁସିରେ କଟିଥାଏ । ଏହି ରୀତି ଅନ୍ୟ ଏକ ବାର୍ତ୍ତା ମଧ୍ୟ ଦେଇଥାଏ । ବିବାହ ଗୋଲାପ ପରି ସୁନ୍ଦର ନୁହେଁ, ଏଥିରେ ଅନେକ ଅସୁବିଧା ଅଛି ଏବଂ ଉଭୟଙ୍କୁ ଏକାଠି ଏହି ସମସ୍ୟାର ସାମ୍ନା କରିବାକୁ ପଡିବ ।
ଏହି ରୀତି କିପରି ଆରମ୍ଭ ହେଲା?
ଆବର୍ଡିନ ବିଶ୍ୱବିଦ୍ୟାଳୟର ଜଣେ ଗବେଷକ କହିଛନ୍ତି ଯେ ଏହି ରୀତି ପ୍ରାୟ ଉନବିଂଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା, ସୋତେବେଳେ ବିବାହ ସମୟରେ ମହିଳାଙ୍କ ପାଦ ସଫା କରିବା ପାଇଁ ଚୁଲିର ପାଉଁଶ ବ୍ୟବହାର କରାଯାଉଥିଲା। ପରେ ଏହା ବିଂଶ ଶତାବ୍ଦୀର ପର୍ଯ୍ୟାୟରେ ଏକ ରୀତିନୀତିରେ ପରିଣତ ହୋଇଥିଲା ଯେଉଁଥିରେ ଉଭୟ ବର ଏବଂ କନ୍ୟା ଉପରେ ମଇଳା ଜିନିଷ ଫିଙ୍ଗାଯାଏ।
Comments are closed.