ଭୁବନେଶ୍ବର: ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଳିଲା ବଡ଼ ଦାୟିତ୍ୱ । ୨୦୦୦ ବ୍ୟାଚ୍ ଆଇଏଏସ୍ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି କରାଯାଇଛି । ଅନ୍ୟପଟେ ତାଙ୍କ ବଦଳରେସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଲିନୀ ପଣ୍ଡିତଙ୍କୁ ଏବେ ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଏହା ସହିତ ଶ୍ରୀମତୀ ପଣ୍ଡିତ ମଧ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଦାୟିତ୍ୱ ତୁଲାଇବେ ।
ସୂଚନାଯୋଗ୍ୟ, ସୁଜାତା ଏବେ ମିଶନ ଶକ୍ତି ବିଭାଗ ସହ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର ତଥା ସଚିବ ଭାବେ କାର୍ଯ୍ୟ କରୁଥିଲେ । ହେଲେ ସୁଜାତା ନିଜର ପଦ ଓ କ୍ଷମତାର ଦୂରୁପଯୋଗ କରି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଧମକଚମକ ଦେଇ ବିଜେଡି ସପକ୍ଷରେ ଭୋଟ କରାଇବା ନିମନ୍ତେ ଚେଷ୍ଟା କରୁଛନ୍ତି ବୋଲି ଗତକାଲି ବିଜେପି ପକ୍ଷରୁ ଭାରତର ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ନିର୍ବାଚନ ସରିବା ପର୍ଯ୍ୟନ୍ତ ତାଙ୍କୁ ସମସ୍ତ ସରକାରୀ କାର୍ଯ୍ୟରୁ ନିବୃତ୍ତ ରଖିବାକୁ ବିଜେପି ର ଏକ ଟିମ୍ ଦାବି କରିଥିଲା ।
ଏହାପରେ ରାଜ୍ୟ ସରକାର ଆଜି ତାଙ୍କୁ ଉଭୟ ଦାୟିତ୍ୱରୁ ଅବ୍ୟାହତି ଦେଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରିଛନ୍ତି । ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ ଅଧିକାରୀ ଶାଲିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ନିଯୁକ୍ତି କରାଯାଇଛି ।
Comments are closed.