Latest Odisha News

BREAKING NEWS

ସୁକିନ୍ଦା ଗଣଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର : ସୁକିନ୍ଦା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ସୁକିନ୍ଦା ପୋଲିସ ଏବଂ କପିଳାସ ପୋଲିସ ମିଳିତ ଭାବେ ଢେଙ୍କାନାଳ ସ୍ଥିତ କପିଳାସରୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ନାମ ସବ୍ୟସାଚୀ ବେଉରା ବୋଲି ଜଣାପଡିଛି ।

ପୀଡ଼ିତାଙ୍କ ବାପା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ସମ୍ପୃକ୍ତ ଅଭିଯୁକ୍ତର ମୋବାଇଲ୍ ଟ୍ରାକିଂ କରି ପୋଲିସ ସବ୍ୟସାଚୀକୁ ଗିରଫ କରିବାରେ ସଫଳ ହୋଇଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ବିଜେପି କର୍ମୀମାନେ ଗୁରୁବାର ଦିନ ସୁକିନ୍ଦା ପୋଲିସ ଷ୍ଟେସନକୁ ଘେରାଉ କରିବା ସହ ଗଣଦୁଷ୍କର୍ମ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଲାଗି ଦାବି ମଧ୍ୟ କରିଥିଲେ ।

ଆହୁରି ମଧ୍ୟ ଗତ ବୁଧବାର ସନ୍ଧ୍ୟାରେ ପୀଡ଼ିତାଙ୍କ ବାପା ସୁକିନ୍ଦା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ ଏବଂ ତାଙ୍କର ଅଭିଯୋଗ ପତ୍ରରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମ୍ପର୍କୀୟ ଏବଂ ଅନ୍ୟ ଜଣେ ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ।

Comments are closed.