Latest Odisha News

BREAKING NEWS

ବାରାଣାସୀ ଆସନରୁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଉତ୍ତରପ୍ରଦେଶର ବାରଣାସୀ ଲୋକସଭା ଆସନ ଲାଗି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଏହି ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଯେଉଁସବୁ ବରିଷ୍ଠ ବିଜେପି ନେତା ନାମାଙ୍କନ ପତ୍ର ଦାଖଲ କେନ୍ଦ୍ରରେ ଉପସ୍ଥିତ ରହିଥିଲେ ସେମାନେ ହେଲେ, ଅମିତ ଶାହ, ରାଜନାଥ ସିଂହ, ସୁଷମା ସ୍ୱରାଜ, ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ରାମ ବିଳାସ ପାଶ୍ୱାନ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିଥିଲେ । ଏପରିକି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁବାର ଦିନ ଏହି ପବିତ୍ର ସହରରେ ଏକ ମେଗା ରୋଡ଼ ଶୋ’ କରିଥିଲେ । ହଜାର ହଜାର ସମର୍ଥକଙ୍କ ସହିତ ମୋଦୀ ସନ୍ଧ୍ୟାରେ ଦଶ୍ୱାମେଧଘାଟରେ ‘ଗଙ୍ଗା ଆରତୀ’ କରିଥିଲେ ।

ଭାରତରେ ଅନୁଷ୍ଠିତ ହେଉଥିବା ୨୦୧୯ ମସିହା ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅର୍ଥାତ ମେ ୧୯ ତାରିଖରେ ଏଠାରେ ଭୋଟଗ୍ରହଣ ଅନୁଷ୍ଠିତ ହେବ ।

Leave A Reply

Your email address will not be published.