Latest Odisha News

BREAKING NEWS

ପୁଣି ବଢିଲା ଆପ୍ ସାଂସଦ ସଞ୍ଜୟ ସିଂଙ୍କ ଅଡୁଆ; ୟୁପି କୋର୍ଟ ଦେଲେ ଗିରଫ ଆଦେଶ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ପୁଣିଥରେ ଅଡୁଆ ଭିତରେ ଛନ୍ଦି ହେବାକୁ ଯାଉଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁଲତାନପୁରର ଏକ କୋର୍ଟ ସଞ୍ଜୟ ସିଂ ଏବଂ ସପା ନେତା ଅନୁପ ସଣ୍ଡା ଏବଂ ଅନ୍ୟମାନଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜୟ ସିଂ ଏବଂ ଅନ୍ୟ ଅଭିଯୁକ୍ତମାନେ ଏହି ଶୁଣାଣି ପାଇଁ ହାଜର ହୋଇନଥିଲେ ଯେଉଁଥିରେ କୋର୍ଟ ଦୃଢ ଆପତ୍ତି ଜଣାଇଥିଲେ ଏବଂ ସେମାନଙ୍କୁ ଗିରଫ କରିବାକୁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।

ଖବର ମୁତାବକ, ଦୀର୍ଘ ୨୩ ବର୍ଷ ପୁରୁଣା ମାମଲାରେ ଆପ୍ ସାଂସଦ ସଞ୍ଜୟ ସିଂ ଏବଂ ଅନ୍ୟାନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା । ଏହି ମାମଲାର ଶୁଣାଣି ମଙ୍ଗଳବାର କୁ ହେବାର ଥିଲା । ତେବେ ଅଭିଯୁକ୍ତମାନେ କୋର୍ଟରେ ହାଜର ହୋଇ ନ ହେବାରୁ, ମଙ୍ଗଳବାର ସାଂସଦ ସଞ୍ଜୟ ସିଂ, ସପା ନେତା ଅନୁପ ସାଣ୍ଡା ଏବଂ ଅନ୍ୟ ଚାରିଜଣଙ୍କୁ ଗିରଫ କରି ଅଗଷ୍ଟ ୨୮ ସୁଦ୍ଧା କୋର୍ଟରେ ହାଜର କରିବାକୁ କୋର୍ଟ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସାଂସଦ ସଞ୍ଜୟ ସିଂଙ୍କ ଓକିଲ ମଦନ ସିଂ କହିଛନ୍ତି ଯେ, ଅଗଷ୍ଟ ୧୩ ରେ ସଞ୍ଜୟ ସିଂ, ଅନୁପ ସଣ୍ଡା ଏବଂ ଅନ୍ୟ ଚାରି ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଛି । ମଙ୍ଗଳବାର ଏହି ଶୁଣାଣି ହୋଇଥାନ୍ତା । ସଞ୍ଜୟ ସିଂ ଏବଂ ସଣ୍ଡାଙ୍କ ଜାମିନ ଆବେଦନ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଦାଖଲ ହୋଇଛି, ଯାହା ର ଶୁଣାଣି ଅଗଷ୍ଟ ୨୨ରେ ହେବ ।

Comments are closed.