Latest Odisha News

BREAKING NEWS

ସମ୍ ଅଲ୍ଟିମେଟ ମେଡିକେୟାରକୁ ଏଚ୍‌ଏସିସିପି ପ୍ରମାଣପତ୍ର

ଭୁବନେଶ୍ବର : ସମ୍ ଅଲ୍ଟିମେଟ ମେଡିକେୟାରକୁ ମିଳିଛି ଏଚ୍‌ଏସିସିପି ପ୍ରମାଣପତ୍ର । ୱାନ୍ ଷ୍ଟପ୍‌, ନେକ୍ସଟ ଜେନେରେସନ୍ ମଲ୍ଟି ସ୍ପେଶିଆଲିଟି କ୍ବାଟରନାରୀ କେୟାର ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ଓଡ଼ିଶାର ପ୍ରଥମ ହସ୍ପିଟାଲ ଭାବେ ହାଜାର୍ଡ ଆନାଲିସିସ୍ କ୍ରିଟିକାଲ କଣ୍ଟ୍ରୋଲ ପଏଣ୍ଟ ବା ଏଚଏସିସିପି ପ୍ରମାଣପତ୍ର ମିଳିବାର ସଫଳତା ହାସଲ କରିଛି ।

ଏଚ୍‌ଏସିସିପି ହେଉଛି ଏକ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା । ଯାହାକି ରୋଗୀ, ସେମାନଙ୍କ ସମ୍ପର୍କୀୟ, ହସ୍ପିଟାଲ୍‌କୁ ଆସିଥିବା ବ୍ୟକ୍ତି ଏବଂ କର୍ମଚାରୀ ମାନଙ୍କୁ ସବୁ ସମୟରେ ସୁରକ୍ଷିତ ଖାଦ୍ୟ ପ୍ରଦାନ କରିବା ନିମନ୍ତେ ଉଦ୍ଦିଷ୍ଟ । ଖାଦ୍ୟ ପଦାର୍ଥ ଉତ୍ପାଦନ, ପରିଚାଳନା, ବଂଟନ ଏବଂ ଖାଦ୍ୟ ଗ୍ରହଣ ଦିଗରେ ବିଭିନ୍ନ ବିଶ୍ଳେଷଣ ଏବଂ ଜୈବିକ, ରାସାୟନିକ ଏବଂ ଶାରୀରିକ ନିୟନ୍ତ୍ରଣ କ୍ଷେତ୍ରରେ ଖାଦ୍ୟ ସୁରକ୍ଷା ଦିଗରେ ଏହା କାର୍ଯ୍ୟ କରିଥାଏ ।

ଏହି ପ୍ରମାଣପତ୍ର ହସ୍ପିଟାଲ୍‌ରେ ଉଚିତ ପ୍ରକ୍ରିୟାରେ ଖାଦ୍ୟ ସୁରକ୍ଷା ପରିଚାଳନା ଏବଂ ସୁରକ୍ଷିତ ଖାଦ୍ୟ ପ୍ରଦାନ କରାଯିବାର ସମସ୍ତ ବ୍ୟବସ୍ଥା ରହିଥିବା ଦର୍ଶାଇଥାଏ । ରୋଗୀମାନଙ୍କୁ ଉତ୍ତମମାନର ସ୍ବାସ୍ଥ୍ୟ ସେବା ଓ ସୁରକ୍ଷା ପ୍ରଦାନ କରିବାରେ ପ୍ରତିଶ୍ରୁତିବଦ୍ଧ ନିଜର ଫୁଡ୍‌ ସର୍ଭିସ୍ ଡିଭିଜନ୍‌କୁ ଏଚ୍‌ଏସିସିପି ମାନ୍ୟତା ପାଇବା ନିମନ୍ତେ ସମସ୍ତ ଆବଶ୍ୟକତା ଉପସ୍ଥାପିତ କରିଥିଲା । ଓଡ଼ିଶାର ପ୍ରଥମ ହସପିଟାଲ ଭାବେ ମାତ୍ର ଦୁଇ ବର୍ଷ ମଧ୍ୟରେ ଚଳିତ ବର୍ଷର ୨୨୦୦୦ – ୨୦୧୮ ଆଇଏସ୍‌ଓ ହାଜାର୍ଡ ଆନାଲିସିସ୍ କ୍ରିଟିକାଲ୍ କଣ୍ଟ୍ରୋଲ ପଏଣ୍ଟ ପ୍ରମାଣପତ୍ର ପାଇଛି ସମ୍ । ଏନ୍‌ଏବିଏଚ୍ ଏବଂ ଏନ୍‌ଏବିଏଲ୍ ମାନ୍ୟତା ପାଇବା ପରେ ଏଚ୍‌ଏସିସିପି ପ୍ରମାଣପତ୍ର ପାଇବାରେ ସଫଳତା ହାସଲ କରିଛି ସମ୍ମମ୍ ।

Leave A Reply

Your email address will not be published.