Latest Odisha News

BREAKING NEWS

ଜୟପୁରରେ ଏନଆଇଏ ଟିମ୍, ହାର୍ଡକୋର ମାଓବାଦୀ ଦୁବାଶି ଶଙ୍କରକୁ କରାଯିବ ଜେରା

ଜୟପୁର : ଜୟପୁରରେ ଏନଆଇଏର ୨ ଜଣିଆ ଟିମ୍ । ଗିରଫ ହାର୍ଡକୋର ମାଓ ନେତା ଦୁବାଶି ଶଙ୍କରକୁ ପଚରାଉଚରା କରିବା ପାଇଁ ଏସଡିଜେଏମ କୋର୍ଟଙ୍କ ଅନୁମତି ଲୋଡିଛି ଏନଆଇଏ ଟିମ୍ । ଏନଆଇଏ କରିଥିବା ଆବେଦନକୁ କୋର୍ଟ ତର୍ଜମା କରୁଛନ୍ତି ବୋଲି କହିଛନ୍ତି ସରକାରୀ ଆଇନଜୀବୀ ଶୈଳଜା ପଟ୍ଟନାୟକ ।

୨୦୧୨ ମସିହା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଅପରେସନ୍ ପାଇଁ ବିଏସଏଫର ଏକ ଟିମ୍ ବୋଲେରୋରେ ଯାଉଥିବା ବେଳେ ଆଇଇଡି ବ୍ଲାଷ୍ଟ ସହ ଗୁଳି ବିନିମୟ ହୋଇଥିଲା । ଏଥିରେ ଜଣେ କମାଣ୍ଡାଣ୍ଟ ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ସହ ଆଉ ୨ ଜଣ ଯବାନ ସହିଦ ହୋଇଥିଲେ । ଆଉ ୨ ଜଣ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ ପାଇଁ ଦୁବାଶିକୁ ଜେରା କରିବାକୁ ଏନଆଇଏ ଟିମ୍ ଜୟପୁର ଏସଡିଜେଏମଙ୍କ କୋର୍ଟଙ୍କ ଅନୁମତି ଲୋଡ଼ିଛି ।

ହାର୍ଡକୋର ନକ୍ସଲ ଦୁବାଶି ଶଙ୍କର ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଗତ ସେପ୍ଟେମ୍ବର ୧୩ ତାରିଖରେ ଟପ୍ ମାଓ ନେତା ଦୁବାଶିକୁ ପୋଲିସ କୋରାପୁଟ ଜିଲ୍ଲା ବୈପାରୀଗୁଡା ନିକଟସ୍ଥ ଦୁର୍ଗମ ରାମଗିରି ଅଞ୍ଚଳରୁ କାବୁ କରିଥିଲା । ଦୁବାଶି ଶଙ୍କର ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଅନେକ ଅପରାଧିକ ମାମଲାରେ ସଂପୃକ୍ତ ଥିବା ଜଣାପଡିଛି । ସେ ୧୯୮୭ରୁ ମାଓ ସଙ୍ଗଠନରେ ସକ୍ରିୟ ରହିଛି । ଆନ୍ଧ୍ରପ୍ରଦେଶ ପୋଲିସ ନିକଟରେ ଦୁବାଶି ଶଙ୍କର ବିରୁଦ୍ଧରେ ୩୨ଟି ମାମଲା ଥିବା ବେଳେ, ତେଲେଙ୍ଗାନାରେ ୨୪ଟି, ମାଲକାନଗିରିରେ ୧୭ ଓ କୋରାପୁଟ ପୋଲିସ ନିକଟରେ ୪ଟି ମାମଲା ରହିଛି ।

Leave A Reply

Your email address will not be published.