Latest Odisha News

ଖରାଦିନେ କେମିତି ଦେଖାଯିବେ ଷ୍ଟାଇଲିସ୍

ଭୁବନେଶ୍ଵର: ଋତୁ ଅନୁସାରେ ସବୁବେଳେ ଫ୍ୟାଶନ୍‌ ବଦଳିଥାଏ। ଖରାଦିନେ ସାଧାରଣତଃ ହାଲ୍‌କା ରଙ୍ଗର ଆରାମଦାୟକ ପୋଷାକ ପିନ୍ଧିବାକୁ ଭଲ ଲାଗେ। ଖରାଦିନେ ଏମିତି ଡ୍ରେସ୍‌ ଚୟନ କରନ୍ତୁ ଯାହା ଷ୍ଟାଇଲିଶ୍‌ ଦେଖାଯିବା ସହିତ ଆରାମ ଅନୁଭବ ଦେବ। ତେଣୁ ସମର ଫ୍ୟାଶନରେ ଜାଣିରଖନ୍ତୁ କିଛି ଡ୍ରେସ୍‌ ସମ୍ପର୍କରେ…

  1. ଖରାଦିନେ ଟାଇଟ୍‌ ଫିଟିଂ ଡ୍ରେସ୍‌ ନ ପିନ୍ଧି ଟିକେ ଢିଲା ଡ୍ରେସ୍‌ ପିନ୍ଧିଲେ ଆରାମ ଲାଗିଥାଏ। ବିଶେଷକରି କଟନ୍‌ ଫ୍ୟାବ୍ରିକ୍‌ର ଟି-ଶାର୍ଟ, ପ୍ଲାଜୋ, ଲେଗିଙ୍ଗ୍ସ ସହ ଲଙ୍ଗ୍‌ କୁର୍ତ୍ତୀ, ନି-ଲେଙ୍ଗ୍‌ଥ ଫ୍ରକ୍‌, ସାଲଓ୍ବାର୍‌ ସୁଟ୍‌, ଆସିମେଟ୍ରିକ୍‌ ଟପ୍ସ ତଥା ଶାଢ଼ି ଇତ୍ୟାଦି ଖରାଦିନ ପାଇଁ ବେଶ୍‌ କମ୍ଫର୍ଟେବଲ।
  2. ଖରାଦିନେ ଇଭନିଂ ପାର୍ଟିକୁ ଯିବାକୁ ଥିଲେ ସିଫନ୍‌, ଜର୍ଜେଟ କିମ୍ବା ର’ ସିଲ୍କର ଓ୍ବାନ୍‌ ସୋଲ୍ଡର ଅବା ଅଫ୍‌ ସୋଲ୍ଡରବାଲା ଯେ କୌଣସି ଶର୍ଟ ଡ୍ରେସ୍‌ କିମ୍ବା ମ୍ୟାକ୍ସି ଡ୍ରେସ୍‌ ପିନ୍ଧି ପାରିବେ। ଏହା ପିନ୍ଧିବାକୁ କମ୍ଫର୍ଟେବଲ୍‌ ଲାଗିବା ସହ ଆଟ୍ରାକ୍ଟିଭ୍‌ ଲୁକ୍‌ ଦେଇଥାଏ।
  3. ତା’ଛଡ଼ା ଏହି ସିଜିନ୍‌ରେ ପାର୍ଟି, ଫଙ୍କ୍‌ସନ୍‌ ପାଇଁ ଗୋଲ୍ଡେନ୍‌ କିମ୍ବା ସିଲ୍‌ଭର୍‌ କଲର୍‌ର ପାର୍ଟି ଓ୍ବେୟର୍‌ ଖୁବ୍‌ ସୁନ୍ଦର ଦେଖାଯାଇଥାଏ। ଏପରିକି ଅଲିଭ୍‌ ଗ୍ରୀନ୍‌, ପିଙ୍କ୍‌ କିମ୍ବା ପିଚ୍‌ କଲର୍‌ର ଅନାରକଲି, ଲେହେଙ୍ଗା-ଚୋଲି, ଟ୍ରାଡିସିନାଲ୍‌ ଗାଉନ୍‌ କିମ୍ବା ଶାଢ଼ି ବି ଖରାଦିନିଆ ଫଙ୍କ୍‌ସନ୍‌ ପାଇଁ ବେଷ୍ଟ ଅପ୍ସନ ହୋଇଥାଏ।
  4. ଖରାଦିନେ ଗ୍ଲାମର୍ସ ଲୁକ୍‌ ଚାହୁଁଥିଲେ ଯୁବତୀମାନେ ଶୀୟର୍‌ ବା ଟ୍ରାନ୍ସପାରେଣ୍ଟ ଡ୍ରେସ୍‌ ଟ୍ରାଏ କରିପାରିବେ। କିନ୍ତୁ ଏହି ଆଉଟ୍‌ଫିଟ୍‌ କେବଳ ସ୍ଲିମ୍‌ଟ୍ରିମ୍‌ ଫିଗର୍‌ ଥିଲେ ହିଁ ଭଲ ମାନିଥାଏ।
  5. ଏହିଦିନେ ଅଧିକ ଗର୍ଜିୟସ୍‌ ଦେଖାଯାଉଥିବା କିମ୍ବା ହେଭି ଏମ୍ବ୍ରୋଏଡୋରୀ, ଷ୍ଟୋନ୍‌, ଚୁମ୍‌କି ତଥା ମିରର୍‌ କାମ ହୋଇଥିବା ଆଉଟ୍‌ଫିଟ୍‌ ବଦଳରେ ଗୋଲ୍ଡେନ୍‌, ସିଲଭର୍‌ କିମ୍ବା କୌଣସି ହାଲୁକା ରଙ୍ଗର ସିମ୍ପଲ୍‌ ଆଉଟ୍‌ଫିଟ୍‌କୁ ପ୍ରାଥମିକତା ଦେଲେ କୁଲ୍‌ ଲୁକ୍‌ ମିଳିଥାଏ।
  6. ଖରାଦିନେ ନିତ୍ୟ ବ୍ୟବହାର କରୁଥିବା କୁର୍ତ୍ତା, ଟପ୍ସ, ଟି-ଶାର୍ଟ, ଜିନ୍ସ, ପ୍ଲାଜୋ, ସ୍କର୍ଟ ଇତ୍ୟାଦି ସହିତ ଷ୍ଟୋଲ୍‌, ସ୍କାର୍ଫ, କଟନ୍‌ ଜ୍ୟାକେଟ୍‌ ଟ୍ରାଏ କରି ଡିଫରେଣ୍ଟ ଲୁକ୍‌ ପାଇପାରିବେ।

 

Comments are closed.