Latest Odisha News

BREAKING NEWS

ପ୍ରକାଶ ପାଇଲା ଏକାଡେମିକ୍ କ୍ୟାଲେଣ୍ଡର: ଜାଣନ୍ତୁ କେବେଠାରୁ ମିଳିବ ଖରାଛୁଟି

ଭୁବନେଶ୍ୱର: ପ୍ରକାଶ ପାଇଲା ଏକାଡେମିକ୍ କ୍ୟାଲେଣ୍ଡର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷା ବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ ପାଇଛି। ଏଥିରେ କାର୍ଯ୍ୟ ଦିବସଠୁ ଆରମ୍ଭ କରି ଛୁଟି, ପରୀକ୍ଷା ସମୟ ଆଦି ପ୍ରକାଶ କରାଯାଇଛି। ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ, ମେ ୬ରୁ ଜୁନ୍ ୧୯ ତାରିଖ ଯାଏ ଖରାଛୁଟି ପାଇଁ ସ୍କୁଲ ବନ୍ଦ ରହିବ।

ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଶିକ୍ଷାବର୍ଷରେ ୫୨ଟି ରବିବାର ରହିଛି। ଏଥିସହ ୮୦ଟି ପୂଜା ଓ ବିଭିନ୍ନ ଛୁଟି ରହିଛି। ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି। ୨୩୧ଟି କାର୍ଯ୍ୟଦିବସ ଅଛି, ଅର୍ଥାତ୍ ଶିକ୍ଷକମାନେ ୨୩୧ ଦିନ ସ୍କୁଲ ଆସିବେ। ଶିକ୍ଷା କ୍ୟାଲେଣ୍ଡରକୁ ପାଳନ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି।

ଏପ୍ରିଲ ମାସରେ ୨୨ଟି କାର୍ଯ୍ୟଦିବସ ରହିଥିବା ବେଳେ ମେ’ରେ ୪ଟି, ଜୁନରେ ୮ଟି, ଜୁଲାଇରେ ୨୬, ଅଗଷ୍ଟରେ ୨୨ଟି ଲେଖାଏ କାର୍ଯ୍ୟ ଦିବସ ରହିଛି । ସେହିପରି ସେପ୍ଟେମ୍ୱରରେ ୨୩, ଅକ୍ଟୋବରରେ ୨୦, ନଭେମ୍ୱରରେ ୨୧, ଡିସେମ୍ୱରରେ ୧୮, ଜାନୁଆରୀରେ ୨୩, ଫେବ୍ରୁଆରୀରେ ୨୪ ଓ ମାର୍ଚ୍ଚରେ ୨୨ଟି ଲେଖାଏ କାର୍ର୍ଯ୍ୟ ଦିବସ ରହିଛି। ଅନ୍ୟପଟେ ବିଦ୍ୟାଳୟରେ କାର୍ଯ୍ୟ ସମୟ ସକାଳ ସାଢ଼େ ୯ଟା ୩୦ରୁ ଅପରାହ୍ଣ ସାଢ଼େ ୪ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ରଖାଯାଇଛି। ଶନିବାର ଦିନ ସକାଳ ସାଢ଼ ୬ଟାରୁ ଦିନ ୧୨ ଟା ୩୦ ଯାଏଁ ପାଠପଢ଼ା ହେବ। ଏହା ସହ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ରହିବା ବାଧ୍ୟତାମୂଳକ କରାଯାଇଛି।

Comments are closed.