Latest Odisha News

ଅଧିକ ଗରମ ଯୋଗୁଁ ଜୁନ୍ ୨୮ ଯାଏଁ ବଢିଲା ଗ୍ରୀଷ୍ମଛୁଟି

ଲକ୍ଷ୍ନୌ: ଏବେ ଦିଲ୍ଲୀ ସମେତ ସମସ୍ତ ଉତ୍ତର ଭାରତରେ ଜାରି ରହିଛି ଅସହ୍ୟ ତାତି । ଦିଲ୍ଲୀବାସୀ ତ ଏବେ ପାଣି ପାଇଁ ଡହଳବିକଳ ହେଉଛନ୍ତି । ସେପଟେ ଉତ୍ତରପ୍ରଦେଶରେ ଭୀଷଣ ଗରମକୁ ଦୃଷ୍ଟିରେ ରଖି ଗ୍ରୀଷ୍ମ ଛୁଟି ବୃଦ୍ଧି କରାଇଚନ୍ତି ସରକାର। ଜୁନ୍‌ ୨୪ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଛୁଟି ବୃଦ୍ଧି ନେଇ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର। ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ଜୁନ୍‌ ୨୮ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ଏ ସମ୍ବନ୍ଧରେ ଉତ୍ତରପ୍ରଦେଶର ସ୍କୁଲ ଶିକ୍ଷା ମହାନିର୍ଦେଶକ କଞ୍ଚନ ବର୍ମା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରଚଣ୍ଡ ଖରା ଓ ଗରମକୁ ଦୃଷ୍ଟିରେ ରଖି ଶିକ୍ଷକ ସଂଗଠନ ଗ୍ରୀଷ୍ମ ଛୁଟି ବଢାଇବାକୁ ନିବେଦନ କରିଥିଲେ। ଯାହାକୁ ଆଜି ମଞ୍ଜୁର କରିଛନ୍ତି ସରକାର ।

Comments are closed.