Latest Odisha News

BREAKING NEWS

୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ହେବେ ଏକାଠି; ଏହି ୪ଟି ରାଶିଙ୍କୁ ମିଳିବ ଲାଭ…

ଭୁବନେଶ୍ବର: ଅଗଷ୍ଟ ୧୭ ତାରିଖରେ ସୂର୍ଯ୍ୟ କର୍କଟ ରାଶିରୁ ସିଂହ ରାଶିକୁ ଗମନ କରିବେ। କେତୁ ପୂର୍ବରୁ ସିଂହ ରାଶିରେ ଉପସ୍ଥିତ ଅଛନ୍ତି, ତେଣୁ ଏହି ରାଶିରେ ସୂର୍ଯ୍ୟ-କେତୁ ଏକାଠି ହେବେ ।

ପ୍ରାୟ ୧୮ ବର୍ଷ ପରେ ସୂର୍ଯ୍ୟ-କେତୁ ଏହି ଏକାଠି ହେବେ । ଯଦିଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏବଂ କେତୁଙ୍କ ମଧ୍ୟରେ ଶତ୍ରୁତାପୂର୍ଣ୍ଣ ସମ୍ପର୍କ ରହିଛି, କିନ୍ତୁ ସେମାନଙ୍କର ସଂଯୋଗ କିଛି ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇପାରେ।

ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ସୂର୍ଯ୍ୟ-କେତୁଙ୍କ ସଂଯୋଗର ଶୁଭ ଫଳ କେଉଁ ରାଶିର ଲୋକଙ୍କୁ ମିଳିବ।

ମେଷ-ମେଷ ରାଶିର ଜାତବ୍ୟକ୍ତିଙ୍କ ପଞ୍ଚମ ଘରେ ସୂର୍ଯ୍ୟ ଏବଂ କେତୁଙ୍କ ସଂଯୋଗ ହେବ। ଏହି ଦୁଇଟି ଗ୍ରହର ପ୍ରଭାବ ଯୋଗୁଁ ବୌଦ୍ଧିକ ଦକ୍ଷତା ବୃଦ୍ଧି ପାଇବ, ଯାହା ଦ୍ଵାରା କ୍ୟାରିଅର ଏବଂ ଶିକ୍ଷା କ୍ଷେତ୍ରରେ ଅନୁକୂଳ ପ୍ରଭାବ ପଡିବ । ପ୍ରେମ ସମ୍ପର୍କରେ ମଧ୍ୟ ସକାରାତ୍ମକ ପରିବର୍ତ୍ତନ ଦେଖାଯାଇପାରେ। ପିଲାମାନଙ୍କଠାରୁ ଭଲ ଖବର ପାଇପାରନ୍ତି। ଏହି ସମୟରେ ଆର୍ଥିକ ଅବସ୍ଥା ମଧ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଏହି ରାଶିର କିଛି ଲୋକଙ୍କୁ ଆୟର ନୂତନ ଉତ୍ସ ମିଳିପାରେ।

ସିଂହ-ସୂର୍ଯ୍ୟ ଏବଂ କେତୁଙ୍କ ସଂଯୋଗ ଆପଣଙ୍କ ଜ୍ଞାନ ବୃଦ୍ଧି କରିବ। ଆପଣ ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ । କ୍ୟାରିଅର କ୍ଷେତ୍ରରେ ଆସୁଥିବା ସମସ୍ୟାର ଅନ୍ତ ହେବାର ସମ୍ଭାବନା ଅଛି। ସମାଜରେ ମାନ ସମ୍ମାନ ବଢିବ । କିଛି ଲୋକ ତାଙ୍କ ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ଧନବୃଦ୍ଧି ହେବ ।

ତୁଳା- କେତୁ ଏବଂ ସୂର୍ଯ୍ୟ ଏକାଠି ରହିବା ଦ୍ୱାରା ଆପଣ ବ୍ୟବସାୟରେ ଲାଭ ପାଇବେ। ଯଦି ଆପଣ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଥିଲେ, ତେବେ ଅଗଷ୍ଟ ମାସରେ ଇଚ୍ଛା ପୂରଣ ହେବ । ଆପଣ ଟଙ୍କା ସଞ୍ଚୟ କରିବେ । ଧନଲାଭ ହେବ । ଏହି ରାଶିରେ ଜନ୍ମ ହୋଇଥିବା ଲୋକମାନେ ସେମାନଙ୍କର ବଡ଼ ଭାଇଭଉଣୀଙ୍କ ସହିତ କିଛି ଭଲ ସମୟ ବିତାଇବାର ସୁଯୋଗ ପାଇପାରନ୍ତି। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ ଏହି ସମୟ ଅନୁକୂଳ ରହିବ।

ମକର- ସୂର୍ଯ୍ୟ ଏବଂ କେତୁଙ୍କ ସଂଯୋଗ ଯୋଗୁଁ ଆପଣଙ୍କ ଜୀବନର ଅନେକ ସମସ୍ୟା ଦୂର ହେବ। ଆପଣ ଜୀବନରେ ଅପ୍ରତ୍ୟାଶିତ ପରିବର୍ତ୍ତନ ଦେଖିପାରିବେ। ଯେଉଁମାନେ ଦୀର୍ଘ ଦିନ ଧରି ଚାକିରି ଖୋଜୁଥିଲେ ସେମାନଙ୍କର ସ୍ୱପ୍ନ ପୂରଣ ହେବ । ଇଚ୍ଛିତ ସ୍ଥାନରେ ଚାକିରି ପାଇବାର ସମ୍ଭାବନା ଅଛି। ପରିବାର ସଦସ୍ୟଙ୍କ ସହ ଭଲ ସମୟ କଟିବ । ଭ୍ରମଣ ମଧ୍ୟ ଏହି ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବ।

Comments are closed.