Latest Odisha News

BREAKING NEWS

ଆଜି ପବିତ୍ର ବିଜୟା ଦଶମୀ: ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ; ଜଳିବ ରାବଣର କୁଶପୁତ୍ତଳିକା

ପୁରୀ: ଆଜି ରାଜ୍ୟରେ ପବିତ୍ର ବିଜୟା ଦଶମୀ ଅବସରରେ ଦଶହରା ‌ହର୍ଷୋଲ୍ଲାସର ସହିତ ପାଳନ କରାଯାଉଛି। ଦଶହରାକୁ ନେଇ ଗାଁରୁ ସହର, ମଣ୍ଡପରୁ ପୀଠ ସବୁଠି ଉତ୍ସବ ମୁଖର । ସ୍ବତନ୍ତ୍ର ରୀତିନୀତି ଚଣ୍ଡିପାଠ ସହିତ ଜଗଜ୍ଜନନୀ ମାଆ ଦୂର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଅନ୍ୟପଟେ ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ବିଜୟାଦଶମୀ ଅବସରରେ ଶ୍ରୀଜୀଉମାନଙ୍କର ଅନୁଷ୍ଠିତ ହେବ ସୁନାବେଶ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ଚନ୍ଦନଲାଗି ଅନୁଷ୍ଠିତ ହେବା ସହ ନୂଆଲୁଗା ଲାଗି କରାଯିବ । ବିଭିନ୍ନ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇ ସୁନାବେଶ ଅନୁଷ୍ଠିତ ହେବ । ପବିତ୍ର ଦଶହରା ଅବସରରେ ଶ୍ରୀମନ୍ଦିରରେ ଆୟୁଧ ପୂଜାନୀତି ସମ୍ପର୍ଣ୍ଣ କରାଯିବ ।

ସକାଳ ଧୂପ ପରେ ଆୟୁଧ ମାନଙ୍କର ମାଜଣା ପୂଜା ସରିବା ପରେ ମହାପ୍ରଭୁ ଆୟପଧ ଧାରଣ କରିବେ। ଶ୍ରୀମନ୍ଦିରରେ ଅବକାଶ ନିତୀ ପରେ ଶ୍ରୀଜିଉଙ୍କର ସୁନାବେଶ ଅନୁଷ୍ଠିତ ହେବ।

ସକାଳଧୂପ ସରିବା ପରେ ଆୟୁଧମାନଙ୍କୁ ମହାସ୍ନାନ ପୂର୍ବକ ବରୁଣ ପୂଜା କରାଯିବ । ମେକାପ ତିନୋଟି ରୁପା ଥାଳିରେ ଆୟୁଧ ରଖି ତଳୁଛ ଓ ପ୍ରଧାନୀ ସେବାୟତଙ୍କ ସହ ତିନିଥର ବଡ଼ଦେଉଳକୁ ପରିକ୍ରମା କରିବା ପରେ ପୁଷ୍ପାଳକ ବଳଭଦ୍ରଙ୍କ ବାଡ଼ରେ ହଳମୂଷଳ , ସୁଭଦ୍ରାଙ୍କ ବାଡ଼ରେ ସୁବର୍ଣ୍ଣ ତଡ଼କୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଶଙ୍ଖଚକ୍ର ଆୟୁଧ ଲାଗି କରିବେ।

ସେପଟେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ ବୀରବେଶ ଧାରଣ କରି ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସ୍ଥିତ ମହାଖଳା ବା ଦଶହରା ପଦାକୁ ବିଜେ କରିବାର ପରମ୍ପରା ରହିଛି। ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ସମାଗମ ହେବ।

ଏଥିସହ ଦଶହରା ଅବସରରେ ରାଜ୍ୟର ଅନେକ ଦୁର୍ଗାପୂଜା କମିଟି ପକ୍ଷରୁ ଆଜି ରାବଣପୋଡ଼ି ଆୟୋଜନ କରାଯାଇଛି। ସନ୍ଧ୍ୟାରେ ରାବଣପୋଡ଼ି କାର୍ଯ୍ୟକ୍ରମର ଆୟୋଜନ ହେବ। ଆତାଶବାଜି ଓ ବାଣ ଫୁଟିବ। ରାବଣର କୁଶପୁତ୍ତଳିକା ଜଳିବ ।

 

Comments are closed.