Latest Odisha News

BREAKING NEWS

ନିରଞ୍ଜନ ସେଠୀଙ୍କ ‘ସୁନା ଠାକୁର’ ସହ ପାଞ୍ଚୋଟି ‘ଆଧୁନିକ ସଙ୍ଗୀତ’ ଲୋକାର୍ପିତ

ଭୁବନେଶ୍ୱର : ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟର , ଭୁବନେଶ୍ୱର ପରିସରରେ କବି ନିରଞ୍ଜନ ସେଠୀଙ୍କ ରଚିତ, ପୁଣ୍ୟବ୍ରହ୍ମ ଶୀର୍ଷକରେ , କଣ୍ଠଶିଳ୍ପୀ ଶ୍ରୀଚରଣଙ୍କ କଣ୍ଠରେ ଗୋଟିଏ ଗୀତ ‘କଳା ଠାକୁର’ ଏବଂ ସ୍ମୃତିନୀଡ଼ ଶୀର୍ଷକରେ ପାଞ୍ଚୋଟି ‘ଆଧୁନିଜ ଗୀତ’ ଲୋକାର୍ପିତ ହୋଇଯାଇଛି।

ଏହି ଅବସରରେ ଅତିଥି ଭାବରେ ମନ୍ତ୍ରୀ ରଘୁନନ୍ଦନ ଦାସ , ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପ୍ରସନ୍ନ ପାଟ୍ଟଶାଣୀ, ସିଦ୍ଧାର୍ଥ ଶଙ୍କର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।

କବି ଶ୍ରୀ ସେଠୀଙ୍କର ରଚିତ ସମସ୍ତ ଗୀତର ଶବ୍ଦ ବିନ୍ୟାସ , ଭାବ ଓ ଭାଷା ସହ କଣ୍ଠଶିଳ୍ପୀ ମାନଙ୍କର ସୁମଧୁର ସ୍ପର୍ଶରେ ଗୀତ ଗୁଡ଼ିକ ଖୁବ ସୁନ୍ଦର ଏବଂ ଶ୍ରୁତି ମଧୁର ହୋଇଛି ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ପୂର୍ବରୁ ଶ୍ରୀ ସେଠୀଙ୍କର ଛଅଟି ଭକ୍ତି ସଙ୍ଗୀତ ଲୋକାର୍ପିତ ହୋଇଥିଲା। ମିରାମ୍ଭିକା ଇଭେଣ୍ଟସ ଏବଂ ସାଇସ୍ମୃତି ପ୍ରଡକ୍ସନ ପ୍ରଯୋଜନାରେ ଏହି ସବୁ ଗୀତ ପ୍ରସ୍ତୁତ ହୋଇଛି।

Comments are closed.