Latest Odisha News

BREAKING NEWS

ମହାଗୌରୀ ବେଶରେ ମା’ ତାରିଣୀ

ଘଟଗାଁ: ମଣ୍ଡପ ଗୁଡିକରେ ପାଳିତ ହେଉଛି ମହାନବମୀ ।  କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ମଧ୍ୟ ପାଳିତ ହେଉଛି ମହାନବମୀ  ।  ସୁନାବେଶରେ ଦର୍ଶନ ଦେଉଛନ୍ତି ମା’ ତାରିଣୀ ।

ଗୁରୁବାର ସକାଳୁ ସକାଳୁ ସେବାୟତମାନେ ମା’ଙ୍କୁ ପ୍ରଥମେ ମହାସ୍ନାନ, ମାଜଣା, ମଙ୍ଗଳଆଳତି, ବଡ ସିଂହାର ବେଶ, ଦୀପ, ଧୂପ ପ୍ରଜ୍ବଳନ କରିଥିଲେ । ଏହାପରେ ଷୋଡଶ ଉପଚାର ପୂଜା ସମାପନ କରି ମାଙ୍କୁ ସୁନା ବେଶରେ ସଜ୍ଜିତ କରାଯାଇଛି । ନବ ରାତ୍ରୀର ନବମ ଦିବସରେ ମା’ ମହାଗୌରୀ ରୂପ ଧାରଣ କରିଛନ୍ତି ।

ଏହି ମହାଗୌରୀ ରୂପ ଏବଂ ସୁନାବେଶକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି । ଅନ୍ୟପକ୍ଷରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି ।

Leave A Reply

Your email address will not be published.