Latest Odisha News

BREAKING NEWS

ହତ୍ୟା ଅଭିଯୁକ୍ତଙ୍କୁ ରାଉରକେଲା ପୋଲିସର ଏନକାଉଣ୍ଟର

ରାଉରକେଲା: ଗୁଳି ଖାଇଲେ ହତ୍ୟା ଅଭିଯୁକ୍ତ । ଦୁଇ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ରାଉରକେଲା ପୋଲିସ । ଆଜି ଭୋର ୪ଟା ୪୦ରେ ଏହି ଏନକାଉଣ୍ଚର ହୋଇଥିବା ସୂଚନା ମିଳିଛି । ପୋଲିସ ଗୁଳିରେ ଆହତ ହୋିଛନ୍ତି ଦୁଇ ଅଭିଯୁକ୍ତ ମୁସ୍ତାକ ଆଲମ୍ ଓ ମହମ୍ମଦ ଗୁଡୁ । ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି ।

ମୁସ୍ତାକ ଆଲମ୍ ଏକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ । ତାକୁ ଧରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବିଶ୍ରା ମଣ୍ଡପ ଛକରେ ପହଞ୍ଚିଥିଲା । ପୋଲିକରୁ ଦେଖି ସେ ପୋଲିସ ଉପରକୁ ପ୍ରଥମେ ଗୁଳିମାଡ଼ କରିଥିଲା । ପାଲଟା ଗୁଳି ଚଳାଇଥିଲା ପୋଲିସ । ଏଥିରେ ମୁସ୍ତାକ ଓ ମହମ୍ମଦ ଗୁଡୁ ଆହତ ହୋଇଛନ୍ତି ।

Leave A Reply

Your email address will not be published.