Latest Odisha News

BREAKING NEWS

ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ ,୪ ଗୁରୁତର

ପୁରୀ : ଦୁର୍ଘଟଣାରେ ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ । କୋଣାର୍କ ମେରାଇନ ଡ୍ରାଇଭ ରାସ୍ତାର ଖାଲକଟାପାଟଣା ଠାରେ ଟ୍ରାଭେରା ଓ ଅଟୋ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ମହେଶ୍ୱର ମହାନ୍ତି ଓ ଛଇତନାର ପ୍ରକାଶ କୁମାର ବେହେରାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଟ୍ରାଭେରାଟି ପୁରୀରୁ କୋଣାର୍କ ଅଭିମୁଖେ ଯାଉଥିବାବେଳେ, ମ୍ୟାଜିକ ଅଟୋଟି କୋଣାର୍କରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା।

Leave A Reply

Your email address will not be published.