Latest Odisha News

BREAKING NEWS

ସୁନ୍ଦରଗଡ଼ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣଙ୍କ ହେଉଛି କୁଲଦୀପ ମଗର ।

ପୋଲିସର କହିବା ଅନୁଯାୟୀ ଅଭିଯୁକ୍ତ ଜଣକ ନାବାଳିକାକୁ ବଳାତ୍କାର କରିବା ସହ ତା ତଣ୍ଟି ଚିପି ହତ୍ୟା କରିଥିବା ସ୍ୱୀକାର କରିଛି । ଧରା ପଡିଯିବା ଭୟରେ କୁଲଦୀପ କିଛି ସମୟ ପରେ ଘଟଣା ସ୍ଥଳକୁ ଆସି ନାବାଳିକାର ମୃତଦେହ ଉପରେ ଡାଳ ପତ୍ର ବିଛେଇ ଦେଇଥିଲା ।

ସୂଚନାଯୋଗ୍ୟ, ଜୁଲାଇ ୨୨ ତାରିଖରେ ବସୁନ୍ଧରା ନଦୀ ନିକଟସ୍ଥ ଏକ ଜଙ୍ଗଲରୁ ଏହି ନାବଳିକାର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା ।

ତେବେ ଏହି ଘଟଣାରେ ଗୁରୁବାର ଦିନ ପୋଲିସ ଅଭିଯୁକ୍ତକୁ ଗିରଫ କରି ‘ପୋକ୍ସୋ’ ଆକ୍ଟ ଆଧାରରେ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.