Latest Odisha News

BREAKING NEWS

ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଇବ୍ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ବନ୍ଧପାଲି ନିକଟ ଇବ୍ ନଦୀ ପଠାରେ ମୃତଦେହର ବିଭିନ୍ନ କଟାଅଂଶ ଏଣେତେଣେ ପଡ଼ିଥିଲା । ସୁନ୍ଦରଗଡ଼ ସଦର ପୋଲିସ୍‌ ଖଣ୍ଡବିଖଣ୍ଡିତ ଅଂଶକୁ ଉଦ୍ଧାର କରି ତଦନ୍ତ ଚଳାଇଛି । ମୃତକଙ୍କ ପରିଚୟ ମିଳି ନଥିବା ବେଳେ କେହି ହତ୍ୟା କରି ନଦୀପଠାରେ ଫିଙ୍ଗିଥିବା ସନ୍ଦେହ କରାଯାଉଛି ।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଗତ ରାତିରେ ଇବ୍ ନଦୀ ପଠାରୁ ସଦର ଥାନା ପୋଲିସ୍‌ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶକୁ ଉଦ୍ଧାର କରିଛି । ବର୍ତ୍ତମାନ ଯାଏ ମୃତକଙ୍କ ୨ ହାତ, ଗୋଟିଏ ଗୋଡ଼, ଛାତି ଅଂଶ ମିଳିପାରିନାହିଁ । କେହି ଦୁର୍ବୃତ୍ତ ଅତି ଅମାନୁଷିକ ଭାବେ ହତ୍ୟା କରି ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ନଦୀ ପଠାରେ ଫୋଫାଡ଼ି ଦେଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ୍‌ ଜାଣିବାକୁ ପାଇଛି ।

ପୂର୍ବରୁ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ମଧ୍ୟ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିଲା । ଗତ ଜାନୁଆରୀ ୧୪ ତାରିଖରେ ସୁନ୍ଦରଗଡ଼ ଟାଉନ ଥାନା ଭବାଣୀପୁରର ଗାଁ ସାଥୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହେବା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପ୍ରାୟ ୩ ଦିନର ପରିଶ୍ରମ ପରେ ପୋଖରୀରୁ ଶରୀରର ଖଣ୍ଡ ବିଖଣ୍ଡିତ ଅଂଶ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ଓ ପୋଲିସ । ପୁଣି ଥରେ ସେହିଭଳି ହତ୍ୟାକାଣ୍ଡର ପୁନରାବୃତ୍ତି ହୋଇଛି ସୁନ୍ଦରଗଡ଼ ଜିଲ୍ଲାରେ ।

Leave A Reply

Your email address will not be published.