Latest Odisha News

BREAKING NEWS

ରାଜଧାନୀରେ ପୁଣି ୨ଟି ବାର୍ ସିଲ୍

ଭୁବନେଶ୍ୱର: ଯେତେ କହିଲେ ବି କୋଭିଡ୍ କଟକଣାକୁ ବେଖାତିର କରୁଛନ୍ତି ବାର୍ ମାଲିକ । ଭୁବନେଶ୍ୱରରେ ଗତ କିଛି ଦିନ ହେବ ଏଭଳି ଘଟଣା ସାମନାକୁ ଆସୁଛି । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱରରେ ପୁଣି ଦୁଇଟି ବାର୍ ସିଲ୍ କରିଛି ବିଏମସି ।

ସିଲ୍ ହୋଇଛି BBI ଓ UPRE ବାର୍ । କୋଭିଡ ନିୟମ ଉଲ୍ଲଂଘନ କରି ରାତି ୧୦ଟା ପରେ ବାରରେ ମଉଜ ମଜସିଲ୍ ଚାଲିଥିଲା । ଚନ୍ଦ୍ରଶେଖପୁର ଥାନାରେ ଦୁଇଟି ବାର୍ ବିରୋଧରେ ଏତଲା ଦେଇଛି ବିଏମସି ।

ଗତକାଲି ରାତିରେ ପଟିଆ ଅଞ୍ଚଳରେ ଥିବା ବିଭିନ୍ନ ବାର ଉପରେ ବିଏମସି ରେଡ୍ କରିଥିଲା । UPRE ବାର୍ ଓ ରେଷ୍ଟୁରାଣ୍ଟରେ ରେଡ୍ ପାଇଁ ଯିବା ବେଳେ ବିଏମସି ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ଲିଫ୍ଟରେ ବନ୍ଦ କରି ଦେଇଥିଲେ ସିକ୍ୟୁରିଟି ଗାର୍ଡ ।

ଫଳରେ ଲିଫ୍ଟ ମଧ୍ୟରେ କିଛି ସମୟ ପାଇଁ ଫସି ରହିଥିଲେ ବିଏମସି ଅଧିକାରୀ । ଏନେଇ ଦୁଇଟି ଯାକ ବାର ବିରୋଧରେ ଚନ୍ଦ୍ରଶେଖପୁର ଥାନାରେ ମାମଲା ହୋଇଛି । ବାର ମ୍ୟାନେଜରଙ୍କ ସହ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

Leave A Reply

Your email address will not be published.