Latest Odisha News

BREAKING NEWS

ସୁନିଲ୍‌ ଶେଟ୍ଟିଙ୍କ ଓଟିଟି ଡେବ୍ୟୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡର ଅନେକ ବଡ ତାରକା ଏବେ ଓଟିଟିରେ ନଜର ଆସିଲେଣି। ତେବେ ବର୍ତ୍ତମାନ ସମୟରେ ସୁନିଲ୍‌ ଶେଟ୍ଟିଙ୍କ ଓଟିଟି ଡେବ୍ୟୁ ନେଇ ଜୋର୍‌ଦାର ଚର୍ଚ୍ଚା ହେଉଛି। ନେଟଫ୍ଲିକ୍ସର ଶାନ୍‌ଦାର ୱେବ୍ ସିରିଜରେ ତାଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। କାହାଣୀଟି ମୁମ୍ବାଇର ଏକ ବଡ ଅଣ୍ଡରୱାର୍ଲ୍ଡ ଡନ୍ ଉପରେ ଆଧାରିତ। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ସୁନୀଲ ଶେଟ୍ଟି । କୁହାଯାଉଛି ଯେ ଏହି ପ୍ରେ‌ାଜେକ୍ଟକୁ ନେଇ ସୁନୀଲ ଶେଟ୍ଟୀଙ୍କ ସହ ଆଲୋଚନା ଚାଲିଛି। ଏହି ଖବରକୁ ନେଇ ଦ୍ୱାରା ସୁନୀଲ ଶେଟ୍ଟୀଙ୍କ ପ୍ରଶଂସକ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।

ସୁସ୍ମିତା ସେନ୍ ଏବଂ ରେଭୀନା ଟଣ୍ଡନ୍ ଓଟିଟିରେ ଦର୍ଶକଙ୍କ ହୃଦୟ ଜିତିସାରିଛନ୍ତି। ବର୍ତ୍ତମାନ ବଲିଉଡର ହ୍ୟାଣ୍ଡସମ ହଙ୍କ ସୁନୀଲ ଶେଟ୍ଟୀ ଓଟିଟି ଡେବ୍ୟୁ କରିବେ ବୋଲି ଜଣାପଡ଼ିଛି। କୁହାଯାଉଛି ଏହି ୱେବ୍ ସିରିଜ୍ ଆଜି ପର୍ଯ୍ୟନ୍ତ ନେଟଫ୍ଲିକ୍ସର ସବୁଠାରୁ ବଡ ସିରିଜ୍ ହେବ।

Leave A Reply

Your email address will not be published.