Latest Odisha News

ସବୁ ରାଜ୍ୟକୁ କେନ୍ଦ୍ରର ଚିଠି: ଅକ୍ସିଜେନ୍ ପ୍ରସ୍ତୁତ ରଖ, ଅକ୍ସିଜେନ୍ କଣ୍ଟ୍ରୋଲ୍ ରୁମ୍ ଖୋଲ

ନୂଆଦିଲ୍ଲୀ: ଦେଶରେ କରୋନା ଲମ୍ବା ଲମ୍ଫ ମାରୁଛି । ସଂକ୍ରମଣ ଉପରମୁହାଁ । ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ । ପ୍ରସ୍ତୁତ ରହିବା ପାଇଁ ସବୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । 48 ଘଣ୍ଟା ଅକ୍ସିଜେନ୍ ମହଜୁତ ରଖିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି । ପର୍ଯ୍ୟାପ୍ତ ପରିମାଣର ମେଡିକାଲ୍‌ ଅକ୍ସିଜେନ୍‌ ଉପଲବ୍ଧି ସଂକ୍ରାନ୍ତରେ ସୁନିଶ୍ଚିତ ହେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟଗୁଡ଼ିକୁ କହିଛନ୍ତି ।

ଚିଠିରେ ଉଲ୍ଲେଖ ରହିଛି, ତରଳ ଅକ୍ସିଜେନ ଯେମିତି ନିରବଚ୍ଛିନ୍ନ ଭାବେ ଯୋଗାଣ ହୋଇପାରିବ ସେନେଇ ବ୍ୟବସ୍ଥା କରାଯାଉ । ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ରଖନ୍ତୁ । ସବୁ ଜିଲ୍ଲାରେ ଅକ୍ସିଜେନ କନ୍‌ସେଣ୍ଟେଟର୍ ବ୍ୟବସ୍ଥା କରାଯାଉ । ଉଚ୍ଚସ୍ତରୀୟ ହସ୍ପିଟାଲରେ ଜୀବନ ରକ୍ଷାକାରୀ ଉପକରଣ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

ଅକ୍ସିଜେନ୍ କଣ୍ଟ୍ରୋଲ ରୁମକୁ କାର୍ଯ୍ୟକ୍ଷମ କରିବାକୁ ସବୁ ରାଜ୍ୟକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଅକ୍ସିଜେନ ଯୋଗାଣ ନେଇ ସମ୍ଭାବ୍ୟ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ଅକ୍ସିଜେନ କଣ୍ଟ୍ରୋଲ ରୁମ୍‌କୁ  କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଇଛନ୍ତି । ସବୁ ରାଜ୍ୟକୁ ଅକ୍ସିଜେନ୍ କଣ୍ଟ୍ରୋଲ ରୁମ୍ ଖୋଲିବାକୁ କୁହାଯାଇଛି । କଣ୍ଟ୍ରୋଲ ରୁମ୍ ସବୁ ଅକ୍ସିଜେନ୍ ସମସ୍ୟାର ସମାଧାନ କରିବ ।

Leave A Reply

Your email address will not be published.