Latest Odisha News

BREAKING NEWS

ଅବସର ନିଷ୍ପତିରୁ ଓହରିବେ ନାହିଁ ସୁନୀଲ ନାରିନ

କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ଅଲରାଉଣ୍ଡର ସୁନୀଲ ନାରିନ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ଏହା ଦେଖି ୱେଷ୍ଟଇଣ୍ଡିଜ ଟି୨୦ ଟିମର ଅଧିନାୟକ ତାଙ୍କୁ ଆନ୍ତର୍ଜାତୀୟ କ୍ରିକେଟରୁ ନେଇଥିବା ଅବସର ନିଷ୍ପତିରୁ ଓହରିଯିବା ପାଇଁ ଅନୁରୋଧ କରିଥିଲେ । ତେବେ ମଙ୍ଗଳବାର ନାରିନ ସ୍ପଷ୍ଟ କରିଛନ୍ତି ଯେ, ସେ ଅବସରରୁ ଓହରିବେ ନାହିଁ । ମୋ ପାଇଁ ଆନ୍ତର୍ଜାତୀୟ ମ୍ୟାଚ ଖେଳିବା ରାସ୍ତା ବନ୍ଦ ହୋଇଯାଇଛି । ମୁଁ ଆମ ଦେଶର ଖେଳାଳିମାନଙ୍କୁ ଟି୨୦ ବିଶ୍ୱକପରେ ସମ୍ପୂର୍ଣ୍ଣ ସମର୍ଥନ କରିବି । ଯେଉଁମାନେ ମୋ ଉପରେ ବିଶ୍ୱାସ ରଖି ବିଶ୍ୱକପ ଖେଳିବା ପାଇଁ ଅନୁରୋଧ କରିଥିଲେ ସେମାନଙ୍କ ପାଖରେ ଋଣୀ ହୋଇ ରହିବି ।

ଜୁନ ୧ରୁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଟି୨୦ ବିଶ୍ୱକପ ଖେଳାଯିବ । ୨୦୨୩ରେ ସେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ନାରିନ ଚଳିତ ଆଇପିଏଲରେ ୭ ମ୍ୟାଚରୁ ୨୮୬ ରନ ଓ ୯ ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.