Latest Odisha News

BREAKING NEWS

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଜାମିନ।  ORHDS ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ । ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ କୋର୍ଟ । ଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କଲେ କୋର୍ଟ । ହାଇକୋର୍ଟ ରାୟକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟ ଯାଇଥିଲେ ମୋକିମ । ମୋକିମଙ୍କୁ ୩ବର୍ଷ ଦଣ୍ଡାଦେଶ କରିଥିଲେ ଭିଜିଲାନ୍ସ କୋର୍ଟ ।

ଭିଜିଲାନ୍ସ ଦଣ୍ଡାଦେଶ ଉପରେ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । କିନ୍ତୁ ଏହା ଭିତରେ ତାଙ୍କୁ ଗିରଫ କରିବାକୁ ହେବାର ଯେଉଁ ଭୟ ଥିଲା ତାହା ଏବେ ଜାମିନ୍ ମଂଜୁର ପରେ ଦୂର ହୋଇଛି । ତେବେ ଜାମିନ ପରେ ବି ନିୟମ ଅନୁସାରେ ନିର୍ବାଚନ ଲଢିପାରିବେ ନାହିଁ ମୋକିମ୍ । ତେଣୁ ଏଥର ମୋକିମଙ୍କ ସ୍ଥାନରେ ତାଙ୍କ ପରିବାରର ଆଉ କାହାକୁ ଟିକେଟ୍ ମିଳିବ କି ସେ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.