Latest Odisha News

BREAKING NEWS

୧୯ ସୁଦ୍ଧା ମହାକାଶରୁ ଫେରିବେ ସୁନିତା, ସନ୍ଧ୍ୟାରେ ବାହାରିବ ଏଲୋନ ମସ୍କଙ୍କ ମହାକାଶଯାନ

ଫ୍ଲୋରିଡା: ଚଳିତ ମାସ ୧୯ ସୁଦ୍ଧା ନାସାର ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍‌ସ ଓ ବଚ୍‌ ୱିଲମୋର ପୃଥିବୀପୃଷ୍ଠକୁ ଫେରିବେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଏହି ଦୁଇ ମହାକାଶଚାରୀଙ୍କୁ ଫେରାଇ ଆଣିବାକୁ ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ ବା କ୍ରୁ-୧୦ ମିଶନ କେନେଡି ସ୍ପେସ୍‌ ସେଣ୍ଟରରୁ ଉତ୍‌କ୍ଷେପଣ ହେବ ବୋଲି ସ୍ଥିର ହୋଇଛି। ଶୁକ୍ରବାର ସନ୍ଧ୍ୟା ୭:୦୩ (EDT) ରେ, ଅର୍ଥାତ୍ ଭାରତୀୟ ସମୟ ଶନିବାର ସକାଳ ୪:୩୦ ରେ ଉତକ୍ଷେପଣ କରାଯିବ। ଏହି ମିଶନର ଲକ୍ଷ୍ୟ ହେଉଛି ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋରଙ୍କୁ ପୃଥିବୀକୁ ଫେରାଇ ଆଣିବା।

ତେବେ ଏହି ରକେଟର ହାଇଡ୍ରୋଲିକ୍‌ ସିଷ୍ଟମରେ ତ୍ରୁଟି ପରିଲକ୍ଷିତ ହେବା ଫଳରେ ଉତ୍‌କ୍ଷେପଣ ପ୍ରକ୍ରିୟା ଶୁକ୍ରବାରକୁ ସ୍ଥଗିତ ରଖାଯାଇଛି। ନାସାର ୪ ଜଣ ମହାକାଶଚାରୀ ଆନ୍ନେ ମ୍ୟାକ୍‌କ୍ଲେନ୍‌, ନିକୋଲ ଆୟେର୍ସ, ତାକୁୟା ଓନିଶି ଏବଂ କିରିଲ ପେସ୍‌କୋଭ୍‌ ଏହି ଫାଲକନ-୯ ରକେଟ ସାହାଯ୍ୟରେ ମହାକାଶକୁ ଯାତ୍ରା କରିବେ। ଏମାନଙ୍କୁ ଆଇଏସଏସରେ ଛାଡିବା ପରେ ରକେଟ୍‌ ସୁନିତା ଓ ୱିଲମୋରଙ୍କୁ ନେଇ ମାର୍ଚ୍ଚ ୧୯ ସୁଦ୍ଧା ପୃଥିବୀପୃଷ୍ଠକୁ ଫେରିବ ବୋଲି ନାସା କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ସୁନିତା ଓ ୱିଲମୋର ଗତବର୍ଷ ଜୁନ୍‌ରେ ବୋଇଂ ଷ୍ଟାରଲାଇନର ଯାନରେ ମହାକାଶକୁ ଯାତ୍ରା କରିଥିଲେ। ଆଇଏସଏସରେ ସାତ ଦିନ ରହିବା ପରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ ସ୍ଥିର ହୋଇଥିଲା। ତେବେ ଷ୍ଟାରଲାଇନରରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ନାସା ବୈଜ୍ଞାନିକମାନେ ସୁନିତା ଓ ୱିଲମୋରଙ୍କ ଫେରନ୍ତା ଯାତ୍ରାକୁ ସ୍ଥଗିତ ରଖିଥିଲେ। ଫଳରେ କିଛି ଦିନ ବ୍ୟବଧାନରେ ଦୁଇ ମହାକାଶଚାରୀଙ୍କୁ ସାଙ୍ଗରେ ନଆଣି ଷ୍ଟାରଲାଇନର ପୃଥିବୀପୃଷ୍ଠକୁ ଫେରିଥିଲା।

Leave A Reply

Your email address will not be published.