Latest Odisha News

BREAKING NEWS

ସମ୍ପତ୍ତି ବିବାଦ ମଧ୍ୟରେ ମୁଁହ ଖୋଲିଲେ ସଞ୍ଜୟ କପୁରଙ୍କ ଭଉଣୀ…

ମୁମ୍ବାଇ: ବଲିଉଡର ୯୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କର ଗତ ଜୁନ୍ ମାସ ୧୨ରେ ଇଂଲଣ୍ଡରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରଠାରୁ ତାଙ୍କର ୩୦୦୦୦ କୋଟି ଟଙ୍କାର ସମ୍ପତ୍ତିକୁ ନେଇ ବିବାଦ ଥମିବାର ନାମ ନେଉନାହିଁ।

ଏପରିକି ସଞ୍ଜୟ କପୁରଙ୍କ ସମ୍ପତ୍ତି ହଡ଼ପ କରିବାକୁ ଚେଷ୍ଟା କରାଯାଉଥିବା ତାଙ୍କ ମାଆ ଅଭିଯୋଗ କରିଥିଲେ। ବର୍ତ୍ତମାନ୍ ଏହାକୁ ନେଇ ସଞ୍ଜୟଙ୍କ ଭଉଣୀ ମନ୍ଧିରା କପୁର ମୁହଁ ଖୋଲିବା ସହ କରିସ୍ମାଙ୍କ ବିଷୟରେ ଆଲୋଚନା କରିଛନ୍ତି। କରିସ୍ମା ଜଣେ ଭଲ ମାଆ ଏବଂ ସେ ପ୍ରଶଂସାର ଯୋଗ୍ୟ ବୋଲି ମନ୍ଧିରା କହିଛନ୍ତି। ସେ ପରିବାରକୁ ଏକାଠି ରଖିବାରେ ସକ୍ଷମ ଓ ଉଭୟ ସନ୍ତାନଙ୍କ ଯତ୍ନ ବହୁତ ଭଲଭାବରେ କରିସ୍ମା ନେଉଥିବା ସହ ପିଲାମାନେ ନିଜ ମାଙ୍କ ନିକଟତର ବୋଲି ମଧ୍ୟ କହିଥିଲେ। ଆମ ପରିବାର ମଧ୍ୟରେ କୌଣସି ବିବାଦ ନ ଥିବା ବେଳେ ପିଲାମାନେ ଜେଜେ ବାପା ଓ ଜେଜେ ମାଙ୍କୁ ଭେଟିବାକୁ ମଧ୍ୟ ଆସନ୍ତି।

କରିସ୍ମା କପୁର ୨୦୦୩ ମସିହାରେ ମୁମ୍ବାଇରେ ପ୍ରସିଦ୍ଧ ବ୍ୟବସାୟୀ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟେ ଝିଅ ସମାଇରା ଏବଂ ଗୋଟିଏ ପୁଅ କିୟାନ୍ ଅଛି। ତେବେ ବିବାହର ୧୧ ବର୍ଷ ପରେ ୨୦୧୪ ମସିହାରେ କରିସ୍ମା ଏବଂ ସଞ୍ଜୟ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ଉଭୟ ୨୦୧୬ ମସିହାରେ ଅଲଗା ହୋଇଯାଇଥିଲେ। ରିପୋର୍ଟ ଅନୁଯାୟୀ, ଛାଡପତ୍ର ସମୟରେ, ସଞ୍ଜୟ କପୁର କରିସ୍ମାଙ୍କୁ ଭରଣପୋଷଣ ରାଶି ଭାବରେ ୭୦ କୋଟି ଟଙ୍କା ଦେଇଥିଲେ। ପରେ ସଞ୍ଜୟ କପୁର ୨୦୧୭ ମସିହାରେ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ। ଏହାର ଗୋଟିଏ ବର୍ଷ ପରେ, ଉଭୟ ପିତାମାତା ହୋଇଥିଲେ। ୨୦୧୮ରେ ପ୍ରିୟା ଏକ ପୁଅକୁ ଜନ୍ମ ଦେଇଥିଲେ, ଯାହାଙ୍କ ନାମ ଅଜାରିଆସ।

 

Comments are closed.