Latest Odisha News

BREAKING NEWS

ଅଯୋଧ୍ୟାର ୫ଏକର ଜମି ଗ୍ରହଣ କଲା ସୁନ୍ନି ୱକଫ ବୋର୍ଡ; ମସଜିଦ ସହିତ ନିର୍ମାଣ କରିବ ହସ୍ପିଟାଲ

ଲକ୍ଷ୍ନୌ: ସୁନ୍ନି ସେଣ୍ଟ୍ରାଲ ୱକଫ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସରକାରଙ୍କ ତରଫରୁ ମସଜିଦ ନିର୍ମାଣ ପାଇଁ ଦିଆଯାଇଥିବା ୫ଏକର ଜମିକୁ ଗ୍ରହଣ କରିଛି । ବୋର୍ଡ ଏହି ଜମିରେ ମସଜିଦ ନିର୍ମାଣ ସହିତ ଚେରିଟେବୁଲ ହସ୍ପିଟାଲ ଓ ଏକ ଲାଇବ୍ରେରୀର ନିର୍ମାଣ କରିବ । ସୁନ୍ନି ସେଣ୍ଟ୍ରାଲ ୱକଫ ବୋର୍ଡ ରାମ ମନ୍ଦିର ଭଳି ଏକ ଟ୍ରଷ୍ଟ ମଧ୍ୟ ଗଠନ କରିବ । ଏହା ପୂର୍ବରୁ ବୈଠକରେ ୮ରୁ ୨ଜଣ ସଦସ୍ୟ ଜମି ନେବା ପାଇଁ ବିରୋଧ କରିଥିଲେ ଓ ବୈଠକରୁ ଉଠି ବାହାରକୁ ଚାଲିଗଲେ । ଏହାପରେ ବାକି ଅନ୍ୟ ସଦସ୍ୟ ଜମି ନେବା ପାଇଁ ନିଜର ସହମତି ଦେଇଥିଲେ ।

ବୈଠକ ପରେ ସୁନ୍ନି ସେଣ୍ଟ୍ରାଲ ବୋର୍ଡର ଅଧ୍ୟକ୍ଷ ଜୁଫର ଫାରୁକି କହିଛନ୍ତି, “ଅଯୋଧ୍ୟାରେ ମସଜିଦ ନିର୍ମାଣ ହେତୁ ପ୍ରଦାନ କରାଯାଇଥିବା ୫ ଏକର ଜମିକୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଟ୍ରଷ୍ଟ ଏହି ଜମିରେ ମସଜିଦ ସହିତ ଏମିତି ଏକ କେନ୍ଦ୍ର ସ୍ଥାପନ କରିବ, ଯାହା ବର୍ଷ ବର୍ଷ ପର୍ଯ୍ୟନ୍ତ ଇଣ୍ଡୋ-ଇସଲାମିକ ସଭ୍ୟତାକୁ ପ୍ରଦର୍ଶିତ କରିବ । ଏକ ଚେରିଟେବୁଲ ହସ୍ପିଟାଲ ଓ ସାର୍ବଜନିକ ପାଠାଗାରର ମଧ୍ୟ ବ୍ୟବସ୍ଥା କରାଯିବ ।”

Leave A Reply

Your email address will not be published.