Latest Odisha News

BREAKING NEWS

ଆଇସିସି ମହିଳା ଟି୨୦ ବିଶ୍ୱକପ: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ, ୧୮ ରନରେ ବାଂଲାଦେଶକୁ ହରାଇଲା

ପର୍ଥ: ଚଳିତ ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ଟିମ୍ ଇଣ୍ଡିଆ ୧୮ ରନରେ ବାଂଲାଦେଶକୁ ପରାସ୍ତ କରି ବିଜୟ ଅଭିଯାନ ଜାରି ରଖିଛି । ଭାରତ ପ୍ରଦତ ୧୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୨୪ ରନ କରିବାକୁ ସକ୍ଷମ ହୋଇଥିଲା । ମୁର୍ଶିଦା ଖାତୁନ (୩୦) ଓ ନିଗାରା ସୁଲତାନା ୩୫ ରନର ଇନିଂସ ଖେଳିଥିଲେ ।

ଭାରତ ପକ୍ଷରୁ ପୁନମ ଯାଦବ ଚମକ୍ରାର ବୋଲିଂ ପ୍ରଦର୍ଶନ କରି ୩ଟି ଉଇକେଟ ଅକ୍ତିଆର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅରୁନ୍ଧତି ରେଡ୍ଡୀ ଓ ଶିଖା ପାଣ୍ଡେ ୨ଟି ଲେଖାଏଁ, ରାଜେଶ୍ୱରୀ ଗାଏକ୍ୱାଡ ଗୋଟିଏ ଉଇକେଟ ନେଇଥିଲେ ।

ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୪୨ ରନ କରିଥିଲେ । ଶେଫାଳି ବର୍ମା (୩୯), ଜେମି ରୋଡ୍ରିଗୁ୍ୟଜ(୩୪) ଓ ବେଦ କ୍ରିଷ୍ଣମୂର୍ତି ଦ୍ରୁତ ୨୦ଞ୍ଚ ରନ ସଂଗ୍ରହ କରିଥିଲେ । ବାଂଲାଦେଶ ପକ୍ଷରୁ ସଲମାନ ଖାତୁନ ଓ ପାନା ଘୋଷ ୨ଟି ଲେଖାଏଁ ଉଇକେଟ ନେଇଥିଲେ । ପ୍ରଥମ ମ୍ୟାଚରେ ଭାରତ ଶକ୍ତିଶାଳୀ ଅଷ୍ଟେ୍ରଲିଆକୁ ପରାସ୍ତ କରିଥିଲା ।

Leave A Reply

Your email address will not be published.