Latest Odisha News

BREAKING NEWS

ବର୍ଡର ୨ର ଘୋଷଣା କଲେ ସନୀ ଦେଓଲ

ମୁମ୍ବାଇ: ୨୭ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ସନୀ ଦେଓଲ ଗୁରୁବାର ବର୍ଡର ୨ ଫିଲ୍ମର ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ ଏକ ଭିଡିଓ ଶେୟାର କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ଏହି ଭିଡିଓରେ ସନୀ କହୁଛନ୍ତି ୨୭ ବର୍ଷ ତଳେ ଗୋଟିଏ ସୈନିକ ଶପଥ କରିଥିଲା କି ସେ ଫେରିବ । ହିନ୍ଦୁସ୍ତାନ ମାଟିକୁ ମୁଣ୍ଡିଆ ମାରିବା ପାଇଁ । ଏହା ପରେ ବ୍ୟାକଗ୍ରାଉଣ୍ଡରେ ସନ୍ଦେଶ ଆତା ହୈ ଗୀତ ଶୁଭୁଛି । ୧୯୯୭ରେ ବର୍ଡର ଫିଲ୍ମ ବକ୍ସ ଅଫିସରେ ଝଡ ସୃଷ୍ଟି କରିଥିଲା । ୧୦ କୋଟି ବଜେଟର ଏହି ଫିଲ୍ମ ୭୦ କୋଟି ଆୟ କରିଥିଲା । ଏଥିରେ ସନୀଙ୍କ ବ୍ୟତୀତ ଜ୍ୟାକି ଶ୍ରଫ, ସୁନୀଲ ଶେଟ୍ଟୀ ଓ ଅକ୍ଷୟ ଖାନ୍ନାଙ୍କ ପରି କଳାକାର ଅଭିନୟ କରିଥିଲେ ।

ଭୂଷଣ କୁମାର, କୃଷ୍ଣ କୁମାର ଓ ଜେପି ଦତାଙ୍କ ଝିଅ ଏହାର ପ୍ରଡୁୃ୍ୟସର ହେବେ । କେସରୀ ଫିଲ୍ମର ନିର୍ଦ୍ଦେଶକ ଅନୁରାଗ ସିଂ ଏହାର ନିର୍ଦ୍ଦେଶନା ଦେବେ । ୨୦୨୩ରେ ସନୀଙ୍କ ଅଭିନୀତ ଗଦର ୨ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହା ପରେ ବଲିଉଡରେ ସନୀଙ୍କ ଚାହିଦା ବଢ଼ିବାରେ ଲାଗିଛି । ସେ ଏବେ ଲାହୋର ୧୯୪୭, ବାପ, ସୂର୍ଯ୍ୟା ଓ ଅପନେ ୨ ଫିଲ୍ମ ସାଇନ କରି ସାରିଛନ୍ତି ।

Leave A Reply

Your email address will not be published.