Latest Odisha News

BREAKING NEWS

ଦାମିନୀ ପରେ ପୁନର୍ବାର କୋର୍ଟରୂମ ଡ୍ରାମାରେ ଅଭିନୟ କରିବେ ସନୀ ଦେଓଲ

ମୁମ୍ବାଇ: ଗଦର ୨ର ସଫଳତା ପରେ ଏବେ ସନୀ ଦେଓଲଙ୍କ ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଗଦର ପରେ ଦାମିନୀରେ ସନୀଙ୍କ ଓକିଲ ଭୂମିକା ପ୍ରତି ଦର୍ଶକଙ୍କ ଆଗ୍ରହ ରହିଛି । ଜନ୍ମଭୂମି ନାମକ ଏକ ଫିଲ୍ମରେ ଉଭୟ ସନୀ ଏବଂ ସଞ୍ଜୟ ଦତ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ସେପ୍ଟମ୍ବରରେ ଫିଲ୍ମସ୍ତାନ ଷ୍ଟୁଡିଓରେ ଏହାର ଶୁଟିଂ ଆରମ୍ଭ ହେବ ବୋଲି ଖବର ପ୍ରକାଶ ପାଇଛି । ମନୋଜ ନୌଟିୟାଲା ଏହାର ନିର୍ଦ୍ଦେଶକ ହେବେ । ଭାଇକମ ଷ୍ଟୁଡିଓ ୧୮ ଏହାକୁ ପ୍ରଡ୍ୟୁସ କରିବ । ୨୦୨୪ ଆରମ୍ଭରେ ଏହା ରିଲିଜ ହେବ ବୋଲି ଟାର୍ଗେଟ କରାଯାଇଛି ।

ବାପ ପରେ ସନୀ ଓ ସଞ୍ଜୟ ପୁନର୍ବାର ଏକତ୍ର ଅଭିନୟ କରିବେ । ତେବେ ଏ ନେଇ ସନୀ କିମ୍ବା ମେକର୍ସଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ । ପୂର୍ବରୁ ବର୍ଡର ୨ ଓ ମା ତୁଝେ ସଲାମ ୨ରେ ସନୀ ଅଭିନୟ କରିବାକୁ ଯାଉଛନ୍ତି ବୋଲି ଖବର ପ୍ରକାଶ ପାଇଥିଲା । ତାହା ମଧ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ଅପରପକ୍ଷରେ ଗଦର ୨ର କଲେକ୍ସନ ୫୦୦ କୋଟି ପାର ହେବାର ନିକଟତର ହୋଇଛି । ବଜେଟ, ସ୍କ୍ରିନ କାଂଉଟକୁ ବିଚାରକୁ ନେଲେ ଏହାକୁ ବ୍ଲକବଷ୍ଟର ଭାବେ ବିବେଚନା କରାଯାଉଛି ।

Comments are closed.