Latest Odisha News

BREAKING NEWS

କୋକା କୋଲା ପାଇଁ ମୁମ୍ବାଇ ଫେରିଲେ ସନ୍ନି ଲିଓନ୍ !

ମୁମ୍ବାଇ: ଦୀର୍ଘ ୬ ମାସ ଧରି ଆମେରିକାରେ ଥିଲେ ସନ୍ନି ଲିଓନ୍ । ହେଲେ ଏବେ ମମ୍ବାଇ ଫେରିଛନ୍ତି । ଖାସ୍ କୋକା କୋଲା ପ୍ରେମ ତାଙ୍କୁ ଭାରତକୁ ଟାଣି ଆଣିଛି । ତେବେ କ’ଣ ଏହି କୋକା କୋଲା ? କୌଣସି କୋଲ୍ଡ ଡ୍ରିଙ୍କସ୍ ନା ଅନ୍ୟ କିଛି ?

କରୋନା ମହାମାରୀ ପାଇଁ ଭାରତ ବାହାରେ ରହିବାକୁ ନିଷ୍ପତ୍ତି ନେଇଥିଲେ ସନ୍ନି ଲିଓନ୍ ଓ ତାଙ୍କ ପରିବାର । ହେଲେ ଏବେ କର୍ମକ୍ଷେତ୍ରରୁ ଡାକରା ପାଇ ପୁଣି ଭାରତ ଫେରିଛନ୍ତି । ଏପରିକି ସୁଟିଂ ସେଟ୍‌ରେ ବି ପହଂଚି ଆରମ୍ଭ କରିଛନ୍ତି ଅଧା ପଡିଥିବା ପ୍ରୋଜେକ୍ଟ ।

ସନ୍ନିଙ୍କ ହାତରେ ରହିଛି ଏକାଧିକ ପ୍ରୋଜେକ୍ଟ । ଯେଉଁଥିରେ ସାମିଲ ଅଛି ହରର୍ କମେଡି ଫିଲ୍ମ କୋକା କୋଲା । ଏହି ଫିଲ୍ମରେ ସେ ଭୂତ କିର୍ଦାରରେ ମନ୍ଦାନା କରିମୀଙ୍କ ସହ ଅନ୍‌ସ୍କ୍ରିନ୍ ସେୟାର କରିବେ । ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲାବେଳେ ସନ୍ନିଙ୍କ ହାତରେ ଦୁଇଟି ୱେବ୍ ସିରିଜ୍‌, ଏକ ସାଉଥ୍ ଫିଲ୍ମ ଓ ରିୟାଲିଟି ସୋ’ ସ୍ପ୍ଲିଟ୍ସଭିଲ୍ଲା ମଧ୍ୟ ରହିଛି ।

କରୋନା ମହାମାରୀ ପାଇଁ ଫିଲ୍ମ କୋକା କୋଲାର ସୁଟିଂ ଅଧାରେ ଅଟକିଥିଲା । ତେବେ ଅନ୍ୟ ପ୍ରୋଜେକ୍ଟ ଆରମ୍ଭ କରିବା ପୂର୍ବରୁ ଏହି ଫିଲ୍ମର ସୁଟିଂ ସାରିବାକୁ ସନ୍ନି ଅଣ୍ଟା ଭିଡିଛନ୍ତି । ବଲିଉଡ ପୁଣିଥରେ ସକ୍ରିୟ ହବା ପରେ ସେ ବେଶ ଖୁସୀ ଥିଲାବେଳେ ଆସନ୍ତା ଦିନରେ ତାଙ୍କୁ ଖୁବଶୀଘ୍ର ଏକ ବିଗ୍ ବଜେଟ୍ ବଲିଉଡ ମୁଭିରେ ବି ଦେଖିବାକୁ ମିଳିବ ।

Leave A Reply

Your email address will not be published.