ମୁମ୍ବାଇ: ଏକ ଛୋଟ ଅଙ୍କର ଋଣ ପାଇଁ ଚିନ୍ତାରେ ପଡିଥିଲେ ଅଭିନେତ୍ରୀ ସନ୍ନି ଲିଓନ୍ । ତାଙ୍କ ପାନ୍ କାର୍ଡ ଜରିଆରେ ମଂଜୁର ହୋଇଥିଲା ମାତ୍ର ୨ ହଜାର ଟଙ୍କା ମୂଲ୍ୟର ଲୋନ୍ । ତେବେ ଏହି ୨ ହଜାର ସନ୍ନି ନୁହେଁ ବରଂ ଅନ୍ୟ କେହି ଉଠାଣ କରି ଭରିନଥିଲେ । ଖାସ୍ ଏହି କାରଣରୁ ନିଜ ସିବିଲ୍ ସ୍କୋର୍ ପାଇଁ ସନ୍ନି ଚିନ୍ତିତ ହୋଇପଡିଥିଲେ ।
ଏହି ଘଟଣାକୁ ନେଇ ସନ୍ନି ଏକ ଟୁଇଟ୍ ଜରିଆରେ ନିଜ କ୍ରୋଧକୁ ପ୍ରକାଶ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ସମସ୍ୟାର ସମାଧାନ ହେବା ପରେ ସେ ନିଜ ଟୁଇଟ୍କୁ ଡିଲିଟ୍ କରିଥିଲେ । ଏହି ଟୁଇଟରେ ସେ ଇଣ୍ଡିଆ ବୁଲ୍ସ ହୋମ୍ ଲୋନ୍ସକୁ ଦୋଷାରୋପ କରି ଟ୍ୟାଗ୍ କରିବାକୁ ମଧ୍ୟ ଭୁଲିନଥିଲେ ।
Thank you @IVLSecurities @ibhomeloans @CIBIL_Official for swiftly fixing this & making sure it will NEVER happen again. I know you will take care of all the others who have issues to avoid this in the future. NO ONE WANTS TO DEAL WITH A BAD CIBIL !!! Im ref. to my previous post.
— sunnyleone (@SunnyLeone) February 17, 2022
ତେବେ ସନ୍ନିଙ୍କ ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା । ପରେ ସେ ପୁଣି ଏକ ଟୁଇଟ୍ ଜରିଆରେ ସଂପୃକ୍ତ କମ୍ପାନୀକୁ ଧନ୍ୟବାଦ ଜଣାଇବା ସହ ଅନ୍ୟ ଭୁକ୍ତଭୋଗୀଙ୍କ ସମସ୍ୟାର ସମାଧାନ କରିବା ଲାଗି ଅନୁରୋଧ କରିଥିଲେ ।
ଏପରି ଅଜବ ଘଟଣାରେ କେବଳ ସନ୍ନି ଲିଓନ୍ ନୁହଁନ୍ତି, ବରଂ ଅନେକ ସାଧାରଣ ଲୋକ ମଧ୍ୟ ବିନା ଲୋନରେ ନୋଟିସ୍ ପାଉଛନ୍ତି । ଏପରିକି କଲେକ୍ସନ୍ ଏଜେଣ୍ଟମାନେ ମଧ୍ୟ ଲୋନ୍ ନେଇନଥିବା ଲୋକଙ୍କୁ ଫୋନ୍ କଲ କରି ଟଙ୍କା ମାଗୁଛନ୍ତି । ଏହି ଧାରାରେ ଲୋକଙ୍କ ସିବିଲ୍ ସ୍କୋଲ୍ ଖରାପ ହେବା ସହ ସେମାନେ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି ।
Comments are closed.