ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନଙ୍କର ପ୍ରତ୍ୟେକ ଶୈଳୀ ସ୍ୱତନ୍ତ୍ର। ସନ୍ନି ଲିଓନଙ୍କ ଆଗାମୀ ମନସ୍ତାତ୍ତ୍ୱିକ ଥ୍ରୀଲର ଫିଲ୍ମ ‘ଶେରୋ’ର ଟିଜର ରିଲିଜ ହୋଇଛି। ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଟିଜର ବର୍ତ୍ତମାନ ପର୍ଯ୍ୟନ୍ତ ଅଢେଇ ଲକ୍ଷରୁ ଅଧିକ ଥର ଦେଖାସରିଲାଣି।
ଅଭିନେତ୍ରୀ ସନ୍ନି ଲିଓନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ଶେରୋର ଟିଜର ସେୟାର କରିଛନ୍ତି। ‘ଶେରୋ’ ଏକ ମନସ୍ତାତ୍ତ୍ୱିକ ଥ୍ରୀଲର ଚଳଚ୍ଚିତ୍ର। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ସନ୍ନି ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ସନ୍ନି ଲିଓନଙ୍କ ଫିଲ୍ମ ‘ଶେରୋ’ ତାମିଲ, ହିନ୍ଦୀ, ତେଲୁଗୁ ଏବଂ ମାଲାୟାଲମ୍ ଚାରୋଟି ଭାଷାରେ ମୁକ୍ତିଲାଭ କରିବ।
ସନ୍ନି ଲିଓନ୍ ଟିଜର ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଏହି ଚଳଚ୍ଚିତ୍ରର ଅଂଶ ହେବା ପରେ ମୁଁ ବହୁତ ଉତ୍ସାହିତ ଅଛି। ‘ ତେବେ ଏପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ। ସନ୍ନିଙ୍କ ଫିଲ୍ମ ଟିଜରକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।
Comments are closed.