Latest Odisha News

BREAKING NEWS

ଦିଲ୍ଲୀକୁ ୮୮ ରନରେ ହରାଇଲା ହାଇଦ୍ରାବାଦ, ପ୍ଲେ ଅଫ୍ ଆଶା ଉଜ୍ଜୀବିତ

ଦୁବାଇ: ଡେଭିଡ୍ ଓ୍ୱାର୍ଣ୍ଣର, ରିଦ୍ଧିମାନ ଶାହଙ୍କ ବ୍ୟାଟିଂ ଓ ରସିଦ ଖାନଙ୍କ ଚମତ୍କାରି ବୋଲିଂ ଦେଲା ବିଜୟ ଭେଟି । ଆଇପିଏଲର ୪୭ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍ ବ୍ୟବଧାନରେ ହରାଇଛି ସନ୍ ରାଇଜର୍ସ ହାଇଦ୍ରାବାଦ ।

ପ୍ରଥମେ ବ୍ୟାଟିଂ କରିଥିଲା ହାଇଦ୍ରାବାଦ । ଡେଭିଡ ଓ୍ୱାର୍ଣ୍ଣର (୬୬ ରନ୍) ଓ ରିଦ୍ଧିମାନ ଶାହଙ୍କ (୮୭ ରନ୍) ବିସ୍ଫୋରକ ବ୍ୟାଟିଂ କରିଥିଲେ । ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୨ ଓ୍ୱିକେଟ ହରାଇ ସଂଗ୍ରହ କରିଥିଲା ୨୧୯ ରନ୍ ।

୨୨୦ ରନ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ ବ୍ୟାଟିଂ ହାଇଦ୍ରାବାଦର ବୋଲିଂ ଆଗରେ ତିଷ୍ଠି ପାରି ନଥିଲା । ୧୯ ଓଭରରେ କରି ପାରିଥିଲା ୧୩୧ ରନ୍ । ଦଳ ପକ୍ଷରୁ ରୁଷଭ ପନ୍ଥ ସର୍ବାଧିକ ୩୬ ରନ୍, ଆଜିଙ୍କ୍ୟ ରାହାଣେ ୨୬, ତୁଷାର ଦେଶପାଣ୍ଡେ ୨୦ ରନ୍ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ରସିଦ ଖାନ୍ ୭ ରନ୍ ଦେଇ ନେଇଛନ୍ତି ୩ଟି ଓ୍ୱିକେଟ ।

ଏହି ବିଜୟ ସହ ହାଇଦ୍ରାବାଦର ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରହିଛି । ବର୍ତ୍ତମାନ ସୁଦ୍ଧା ୧୨ଟି ମ୍ୟାଚରୁ ୫ଟ ବିଜୟ ସହ ହାଇଦ୍ରାବା ୧୦ ପଏଣ୍ଟ ହାସଲ କରିଛି । ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି । ସେପଟେ ୧୨ ମ୍ୟାଚରୁ ୭ଟିରେ ବିଜୟ ସହ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି ଦିଲ୍ଲୀ ।

Leave A Reply

Your email address will not be published.