Latest Odisha News

BREAKING NEWS

ମୁମ୍ବାଇ ଇଣ୍ଡିଆନ୍ସ‌କୁ ୧୦ ୱିକେଟରେ ହରାଇ IPL ପ୍ଲେ ଅଫରେ ସନରାଇଜର୍ସ ହାଇଦ୍ରାବାଦ

ସାରଜା: ଡେଭିଡ୍ ଓ୍ୱାର୍ଣ୍ଣର ଓ ରିଦ୍ଧିମାନ ଶାହଙ୍କ ଲଢୁଆ ଓ ବିସ୍ଫୋରଣ ଇନିଂସ ବଳରେ ଆଇପିଏଲ୍ ପ୍ଲେ ଅଫରେ ସନ୍ ରାଇଜରର୍ସ ହାଇଦ୍ରାବାଦ । ମୁମ୍ବାଇ ଇଣ୍ଡିଆନ୍,କୁ ୧୦ ଓ୍ୱିକେଟରେ ପର୍ସାତ କରି ପ୍ଲେ ଅଫକୁ ଯାଇଛି ହାଇଦ୍ରାବାଦ ।

ମୁମ୍ୱାଇ ଇଣ୍ଡିଆନ୍ସ ଦେଇଥିବା ୧୫୦ ରନ୍ ବିଜୟ ଲକ୍ଷକୁ ୧୭ ଓଭର ଗୋଟିଏ ବଲରେ ବିନା ଓ୍ୱିକେଟରେ ହାସଲ କରି ନେଇଥିଲା ହାଇଦ୍ରାବାଦ । ଦଳ ପକ୍ଷରୁ ଡେଭିଡ୍ ଓ୍ୱାର୍ଣ୍ଣର ସର୍ବାଧିକ ଅପରାଜିତ ୮୫ ଓ ରିଦ୍ଧିମାନ ଶାହ ୫୮ ରନ୍ କରିଥିଲେ ।

ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ଇଣ୍ଡିଆନ୍, ନିର୍ଦ୍ଧାରିତ ଓଭରରେ ୮ଟି ଓ୍ଵିକେଟ୍‌ ହରାଇ କରିଥିଲା ୧୪୯ ରନ୍‌ । ଏହି ବିଜୟ ସହ ହାଇଦ୍ରାବାଦକୁ ମିଳିଛି ୧୪ ପଏଣ୍ଟ । ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିବା ସହ ଚତୁର୍ଥ ଦଳ ଭାବରେ ଆଇପିଏଲ୍ ପ୍ଲେ ଅଫ ଯାଇଛି । ପୂର୍ବରୁ ମୁମ୍ବାଇ, ଦିଲ୍ଲୀ ଓ ବାଙ୍ଗାଲୋର ‌ପ୍ଲେ ଅଫକୁ ଯାଇ ସାରିଛନ୍ତି ।

Leave A Reply

Your email address will not be published.