Latest Odisha News

BREAKING NEWS

ସମ୍ପତ୍ତି ପାଇଁ ମାଆକୁ ଜିଅନ୍ତା ଜାଳିଲା ପୁଅ !

ଉତ୍ତରପ୍ରଦେଶ: ଅବିଶ୍ୱସନୀୟ ହେଲେ ବି ସତ । ନିଜ ବିଧବା ତଥା ବୟସ୍କ ମାଆକୁ ଜିଅନ୍ତା ଜାଳିଲେ ପୁଅ ଓ ବୋହୁ । ଉତ୍ତରପ୍ରଦେଶର ଶାହାଜାହନପୁରରେ ଘଟିଥିବା ଏହି ଘଟଣା ପଛରେ ମୁଖ୍ୟ କାରଣ ସାଜିଥିଲା ସମ୍ପତ୍ତି ଲୋଭ । ।

ରବିବାର ରାତିରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା । ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ କିଛି ସମୟ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ତେବେ ମୃତ୍ୟୁ ପୂର୍ବରୁ ମହିଳା ଜଣକ ପୋଲିସକୁ ଦେଇଥିଲେ ଚାଂଚଲ୍ୟକର ଜମାନବନ୍ଦୀ ।

ମହିଳାଙ୍କ ପରିଚୟ ରତ୍ନା ଗୁପ୍ତା । ତାଙ୍କ ବୟାନ୍ ଅନୁଯାୟୀ ଜମି ବିବାଦ ପାଇଁ ପୁଅ ଆକାଶ, ବୋହୁ ଓ ଅନ୍ୟ ବନ୍ଧୁବାନ୍ଧବମାନେ ମିଳିତ ଭାବେ ତାଙ୍କୁ ଜିଅନ୍ତା ଜାଳି ମାରିବାକୁ ଉଦ୍ୟମ କରିଥିଲେ ।

ପୋଲିସ ତଦନ୍ତରୁ ଜଣାପଡିଛି ଅଭିଯୁକ୍ତ ଆକାଶ ଏକାକି ଘର ବିକ୍ରୟ କରି ଟଙ୍କା ହଡପ କରିବାକୁ ଚାହୁଁଥିଲା । ହେଲେ ମହିଳା ଜଣକ ଏଥିରେ ରାଜି ନ ହୋଇ ବିକ୍ରୟ ଟଙ୍କା ସମସ୍ତ ପିଲାଙ୍କ ମଧ୍ୟରେ ବାଣ୍ଟିବାକୁ ଜିଦ୍ ଧରିଥିଲେ । ଏହି ଘଟଣା ପଦାରେ ପଡିବା ପରେ ସ୍ଥାନୀୟ ପଂଚାୟତ ବି ମାମଲାର ସମାଧାନ କରିବାକୁ ଚାହିଁଥିଲା । ହେଲେ ଅଭିଯୁକ୍ତ ଆକାଶ କିନ୍ତୁ ନିଜ ଜିଦରେ ଅଟଳ ରହିଥିଲା ।

ଘଟଣାଦିନ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ମାଆ ଓ ପୁଅ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା । ଫଳରେ ଉତକ୍ଷିପ୍ତ ହୋଇ ଯୋଜନାବଦ୍ଧ ଭାବେ ନିଜ ମାଆକୁ ଜିଅନ୍ତା ଜାଳି ମାରିବାକୁ ଟିକେ ହେଲେ କୁଣ୍ଠାବୋଧ କରିନଥିଲା ନୃଶଂସ ପୁଅ ।

ଏହି ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତ ପୁଅ ସମେତ ୩ଜଣ ସଂପର୍କୀୟ ଗିରଫ ହୋଇଛନ୍ତି । ଅନ୍ୟପଟେ ମହିଳାଙ୍କ ଜମାନବନ୍ଦୀ ଓ ମୃତଦେହର ପୋଷ୍ଟମୋର୍ଟମ ରିପୋର୍ଟକୁ ଆଧାର କରି ପୋଲିସ ହତ୍ୟା ମାମଲା ରୁଜୁ କରିଛି ।

Leave A Reply

Your email address will not be published.