Latest Odisha News

BREAKING NEWS

ଆଇପିଏଲ ଫେଜ୨ରେ କରୋନା ସଙ୍କଟ, ନଟରାଜନଙ୍କ କୋଭିଡ ରିପୋର୍ଟ ପଜିଟିଭ

ଦୁବାଇ: ସମସ୍ତ ପ୍ରକାର ସତର୍କତା ସତ୍ୱେ ଆଇପିଏଲ ଫେଜ୨ରେ କରୋନା ତାର ଉପସ୍ଥିତି ଜାହିର କରି ଦେଇଛି । ବୁଧବାର ସନରାଇଜର୍ସ ହାଇଦ୍ରାବାଦର ପେସ ବୋଲର ତ୍ୟାଗୀ ନଟରାଜନଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଏହା ପରେ ହାଇଦ୍ରାବାଦର ଅଲରାଉଣ୍ଡର ବିଜୟ ଶଙ୍କରଙ୍କ ସମେତ ପାଂଚ କୋଚିଂ ଷ୍ଟାଫଙ୍କୁ ଆଇସୋଲେସନରେ ରଖାଯାଇଛି । ତେବେ ଏ ସବୁ ସତ୍ୱେ ଦିଲ୍ଲୀ କ୍ୟାପିଟାଲ୍ସ ଓ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବ ।

ଭାରତରେ ଆଇପିଏଲର ପ୍ରଥମ ଫେଜ ବେଳେ କେତେକ ଖେଳାଳି ଓ ସପୋର୍ଟିଂ ଷ୍ଟାଫ କରୋନା ସଂକ୍ରମିତ ହେବା ପରେ ଏହାକୁ ଅଧାରୁ ବନ୍ଦ କରି ଦିଆଯାଇ ୟୁଏଇରେ ହେବା ପାଇଁ ସ୍ଥିର ହୋଇଥିଲା ।

Leave A Reply

Your email address will not be published.