Latest Odisha News

BREAKING NEWS

କୋଭିଶିଲ୍ଡକୁ ସ୍ୱୀକୃତି ଦେଲା ବ୍ରିଟେନ; ତଥାପି ରହିଲା କେଁ

ନୂଆଦିଲ୍ଲୀ: ବ୍ରିଟେନ ଶେଷରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା ‘କୋଭିଶିଲ୍ଡ’କୁ ଏହାର ନୂତନ ଭ୍ରମଣ ନିୟମରେ ଅନୁମୋଦନ କରିଛି। ଏଥିସହ ପୂର୍ବରୁ ନିଜ ଦେଶରେ ପ୍ରବେଶ ଓ କ୍ୱାରେଣ୍ଟାଇନ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି। କିନ୍ତୁ ଏଥିରେ ଏକ କେଁ ମଧ୍ୟ ରହିଛି।

ଭାରତ ସରକାରଙ୍କ ପ୍ରତିବାଦ ପରେ ବ୍ରିଟେନ ଭ୍ରମଣ ନିୟମରେ ସଂଶୋଧନ ଆଣିଛି। ବ୍ରିଟେନ ଏହାର ଭ୍ରମଣ ନୀତିରେ ପରିବର୍ତ୍ତନ କରି କୋଭିଶିଲ୍ଡକୁ ଅନୁମୋଦନ କରିଛି। କୋଭିସିଲ୍ଡ ଟିକା ନେଇଥିବା ଲୋକମାନେ ବ୍ରିଟେନ ଯାଇପାରିବେ। କିନ୍ତୁ ଏହା ଭିତରେ ଗୋଟେ କେଁ ରଖିଛି ବ୍ରିଟେନ। ଭାରତର ଟିକା ପ୍ରମାଣପତ୍ରକୁ ଅନୁମୋଦନ କରିନାହିଁ ବ୍ରିଟେନ।

ବ୍ରିଟେନ ସରକାର କହିଛନ୍ତି ଯେ ଟିକା ପ୍ରମାଣପତ୍ର ମାନ୍ୟତା ପାଇଁ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି।

ଏହାପୁର୍ବରୁ କୋଭିଡଶିଲ୍ଡ ନେଇଥିବା ଲୋକଙ୍କ ପାଇଁ ବ୍ରିଟେନ ଭ୍ରମଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଯେଉଁ କାରଣରୁ ବିବାଦ ତୀବ୍ର ହୋଇଥିଲା। ମଙ୍ଗଳବାର ଦିନ ଭାରତ ସରକାର ମଧ୍ୟ କହିଥିଲେ ଯେ ବ୍ରିଟେନ କରୋନା ଟିକା କୋଭିଡିଲ୍ଡକୁ ସ୍ୱୀକୃତି ନ ଦେଇ ଏକ ଭେଦଭାବପୂର୍ଣ୍ଣ ମନୋଭାବ ଗ୍ରହଣ କରିଛି ଏବଂ ଯଦି କୌଣସି ସମାଧାନ ନ ମିଳେ ତେବେ ପ୍ରତିଶୋଧ ନେବେ।

Leave A Reply

Your email address will not be published.