Latest Odisha News

BREAKING NEWS

୨୦୧୯ର ପ୍ରଥମ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେଉଁ କେଉଁ ସ୍ଥାନରେ ହେଲା ଦୃଶ୍ୟମାନ

ଭୁବନେଶ୍ୱର : ୨୦୧୯ ତଥା ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଆଜି ସଂଘଟିତ ହୋଇଯାଇଛି । ଏହି ଦିନରେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ରକ୍ତବର୍ଣ୍ଣା ଧାରଣ କରୁଥିବାରୁ ଏହାକୁ ସୁପର ବ୍ଲଡ ମୁନ୍ ମଧ୍ୟ କୁହାଯାଇଥାଏ ।

ଏହି ଚନ୍ଦ୍ରଗ୍ରହଣ ଜାନୁଆରୀ ୨୧ ତାରିଖରେ ଭାରତୀୟ ସମୟାନୁସାରେ ସକାଳ ୧୦ଟା ୧୧ ମି.ରୁ ଗ୍ରହଣ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୧୩ ମି. ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଂଘଟିତ ହୋଇଛି ।

ଅନ୍ୟପକ୍ଷରେ ଦିନ ଥିବାରୁ ଏ ସମୟରେ ରକ୍ତବର୍ଣ୍ଣ ଧାରଣ କରିବାକୁ ଥିବା ଚନ୍ଦ୍ରଙ୍କ ଉପସ୍ଥିତି ଜଣାପଡ଼ିବ ନାହିଁ। ଏହି ଦୃଶ୍ୟ ଖାଲି ଆଖିରେ ଦେଖାଯିବ ନାହିଁ ।

ତେବେ ୨୦ ତାରିଖ ରାତି ଏବଂ ୨୧ ତାରିଖ ଭୋର୍ ସମୟରେ ଚନ୍ଦ୍ରଗ୍ରହଣ ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଗ୍ରିନଲାଣ୍ଡ୍, ଆଇସଲାଣ୍ଡ, ଆର୍ଯ୍ୟଲାଣ୍ଡ, ଇଂଲଣ୍ଡ, ଫ୍ରାନ୍ସ, ନରୱେ, ସ୍ୱଡେନ୍, ପର୍ତ୍ତୁଗାଲ, ଫ୍ରାନ୍ସ ଓ ସ୍ପେନରେ ଏହା ଦୃଶ୍ୟମାନ ହେବ ।

ଏସମ୍ପର୍କରେ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ, ଭାରତ ଓ ଓଡ଼ିଶାର କୌଣସି ସ୍ଥାନରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ନାହିଁ।

Leave A Reply

Your email address will not be published.