Latest Odisha News

BREAKING NEWS

ମାଲକାନଗିରିରେ ଏସାର୍ ପାଇପଲାଇନ୍ କାଟିଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ରାଲେଗଡ଼ ପଞ୍ଚାୟତ ଅନ୍ତର୍ଗତ ଦିଘା ଜାନବାଇ ଗ୍ରାମରେ ଥିବା ଏସାର୍ ଷ୍ଟିଲ କମ୍ପାନୀର ଆଇରନ ଓର୍ ସ୍ଲରି ପାଇପ୍ ଲାଇନକୁ ମାଓବାଦୀମାନେ କାଟିଟେବା ଫଳରେ ଏହା କ୍ଷତିଗ୍ରସ୍ତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ଅସ୍ତ୍ରଶସ୍ତ୍ର ସହିତ ଏକ ମାଓବାଦୀ ଟିମ୍ ଗ୍ରାମ ମଧ୍ୟରେ ପ୍ରବେଶ କରିଥିଲେ । ଏସାର ଷ୍ଟିଲ ପ୍ଲାଣ୍ଟରେ ନିୟୋଜିତ ହୋଇଥିବା ପାଇପଲାଇନକୁ କିଛି କିଛି ସ୍ଥାରେ କାଟିଦେବା ଫଳରେ କମ୍ପାନୀର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।

ମାଓବାଦୀମାନେ ଏହି ପାଇପଲାଇନକୁ କାଟି କ୍ଷତିଗ୍ରସ୍ତ କରିଦେବା ଫଳରେ ପ୍ଲାଣ୍ଟର କାର୍ଯ୍ୟ ବାଧାପ୍ରାପ୍ତ ହୋଇ ଏକରକମ ବନ୍ଦ ହୋଇଯାଇଛି । ତେଣୁ ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଇଥିବା ଏହି ପାଇପଲାଇନଟି କ୍ଷତିଗ୍ରସ୍ତ ହୋଇପଡ଼ିଛି ।

ଏହି ଖବର ପାଇବା ମାତ୍ରେ, ବିଏସଏଫ ଏବଂ ଏସଓଜିର ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେହି ଅଞ୍ଚଳରେ ନିରାପତ୍ତା ଯବାନମାନେ ଛାନଭିନ୍ନ କରିବା ସହିତ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛନ୍ତି ବୋଲି ମାଲକାନଗିରି ଏସପି ଜଗମୋହନ ମୀନା ଗଣମାଧ୍ୟମକୁ କହିଛନ୍ତି ।

ପୂର୍ବରୁ ଏହିପରି ୨ଥର ମାଓବାଦୀମାନେ ଏସାର ଷ୍ଟିଲ୍ କମ୍ପାନୀର ପାଇପଲାଇନ ନଷ୍ଟ କରିଦେଇଥିଲେ ।

ଏହାପୂର୍ବରୁ ମାଓବାଦୀମାନେ ଜୁଲାଇ ୨୬ ତାରିଖ ୨୦୧୪ ମସିହାରେ ବିଶାଖାପାଟଣା ଜିଲ୍ଲାର ଏଜେନ୍ସି ଏରିଆ ଅନ୍ତର୍ଗତ ଚିନ୍ତାପାଲ୍ଲୀର ବାଲପାମରେ ଥିବା ସ୍ଲରି ପାଇପଲାଇନକୁ ନଷ୍ଟ କରିଦେଇଥିଲେ ।

Leave A Reply

Your email address will not be published.